ଶେଷ ହୋଇନାହିଁ ମହାମାରୀ, ହେଲେ ଦେଖାଯାଉଛି ଏହାର ଅନ୍ତ: ଡବ୍ଲୁଏଚଓ ମୁଖ୍ୟ

ନ୍ୟୁୟର୍କ,୨୩ ।୯: କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ହେଲେ ଏହାର ଅନ୍ତ ଖୁବ୍ ନିକଟରୁ ଦେଖାଯାଉଛି । ନ୍ୟୁୟର୍କରେ ଆୟୋଜିତ ୟୁଏନଜିଏ ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧନୋମ ଘେବ୍ରେୟସସ କହିଛନ୍ତି । ସେ କହିଛନ୍ତି, ଏଠାରେ ନ୍ୟୁୟର୍କରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ମୋତେ ସବୁବେଳେ ପଚରାଯାଉଥିବା ପ୍ରଶ୍ନ ମଧ୍ୟରୁ ଗୋଟିଏ ହେଉଛି, ଆମେ କେଉଁଠି ଠିଆ ହୋଇଛୁ । କ’ଣ ମହାମାରୀ ଶେଷ ହୋଇଯାଇଛି । ଗତ ଦୁଇ ସପ୍ତାହରେ ମିଡିଆ ବ୍ରିଫିଙ୍ଗରେ, ମୁଁ କହିଛି ମହାମାରୀ ଶେଷ ହୋଇନାହିଁ, ହେଲେ ଏହାର ଶେଷ ନଜର ଆସୁଛି । ଏହି ଦୁଇଟି ଯାକ କଥା ସତ ।
ଏହାର ଶେଷ ଦେଖିବା ଅର୍ଥ ନୁହେଁ ଯେ ମହାମାରୀ ଶେଷ ହୋଇଯାଇଛି । ଅବଶ୍ୟ ପୂର୍ବ ସ୍ଥିତିଠାରୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ । ମହାମାରୀ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ବି କମିଛି । ବିଶ୍ୱର ଦୁଇ ତୃତିୟାଂଶ ଟିକାକରଣ ସରିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତି ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଦୀର୍ଘ ପ୍ରାୟ ଅଢେଇ ବର୍ଷ ଏକ ଅନ୍ଧାର ସୁଡଙ୍ଗ ମଧ୍ୟରେ ଥିଲେ ଏବେ ଆମେ ସୁଡଙ୍ଗ ବାହାରର ଆଲୋକକୁ ଦେଖୁଛେ । ହେଲେ ଏହାର ଅର୍ଥ ନୁହେଁ ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ । ଏଥିପାଇଁ ଆହୁରି କିଛି ସମୟ ଲାଗିବ । ଶେଷ ହୋଇନାହିଁ ମହାମାରୀ, ହେଲେ ଦେଖାଯାଉଛି ଏହାର ଅନ୍ତ: ଡବ୍ଲୁଏଚଓ ମୁଖ୍ୟ
ନ୍ୟୁୟର୍କ,୨୩ ।୯: କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ହେଲେ ଏହାର ଅନ୍ତ ଖୁବ୍ ନିକଟରୁ ଦେଖାଯାଉଛି । ନ୍ୟୁୟର୍କରେ ଆୟୋଜିତ ୟୁଏନଜିଏ ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧନୋମ ଘେବ୍ରେୟସସ କହିଛନ୍ତି । ସେ କହିଛନ୍ତି, ଏଠାରେ ନ୍ୟୁୟର୍କରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ମୋତେ ସବୁବେଳେ ପଚରାଯାଉଥିବା ପ୍ରଶ୍ନ ମଧ୍ୟରୁ ଗୋଟିଏ ହେଉଛି, ଆମେ କେଉଁଠି ଠିଆ ହୋଇଛୁ । କ’ଣ ମହାମାରୀ ଶେଷ ହୋଇଯାଇଛି । ଗତ ଦୁଇ ସପ୍ତାହରେ ମିଡିଆ ବ୍ରିଫିଙ୍ଗରେ, ମୁଁ କହିଛି ମହାମାରୀ ଶେଷ ହୋଇନାହିଁ, ହେଲେ ଏହାର ଶେଷ ନଜର ଆସୁଛି । ଏହି ଦୁଇଟି ଯାକ କଥା ସତ ।
ଏହାର ଶେଷ ଦେଖିବା ଅର୍ଥ ନୁହେଁ ଯେ ମହାମାରୀ ଶେଷ ହୋଇଯାଇଛି । ଅବଶ୍ୟ ପୂର୍ବ ସ୍ଥିତିଠାରୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ । ମହାମାରୀ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ବି କମିଛି । ବିଶ୍ୱର ଦୁଇ ତୃତିୟାଂଶ ଟିକାକରଣ ସରିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତି ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଦୀର୍ଘ ପ୍ରାୟ ଅଢେଇ ବର୍ଷ ଏକ ଅନ୍ଧାର ସୁଡଙ୍ଗ ମଧ୍ୟରେ ଥିଲେ ଏବେ ଆମେ ସୁଡଙ୍ଗ ବାହାରର ଆଲୋକକୁ ଦେଖୁଛେ । ହେଲେ ଏହାର ଅର୍ଥ ନୁହେଁ ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ । ଏଥିପାଇଁ ଆହୁରି କିଛି ସମୟ ଲାଗିବ ।

Share