ମହାମାରୀ ସ୍ପାନିସ୍‌ ଫ୍ଲୁ

ସ୍ପାନିସ୍‌ ଫ୍ଲୁ H1N1 ଇନ୍‌ଫ୍ଲୁଏଞ୍ଜା ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ଦୁଇଟି ମହାମାରୀ ମଧ୍ୟରୁ ପ୍ରଥମ । ଏହି କ୍ରମରେ ଦ୍ବିତୀୟ ମହାମାରୀଟି ହେଉଛି ୨୦୦୯ ମସିହାର ସ୍ବାଇନ୍‌ ଫ୍ଲୁ । ସ୍ପାନିସ୍‌ ଫ୍ଲୁ ଆକ୍ରମଣ ଜନିତ ଅସୁସ୍ଥତାର ପ୍ରଥମ ପ୍ରମାଣ କେତେକ ପାଶ୍ଚାତ୍ୟ ଦେଶ ଯଥା ଯୁକ୍ତରାଷ୍ଟ୍ର୍ର ଆମେରିକା, ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନରେ ମିଳିଥିଲା । ମାତ୍ର ସେତେବେଳେ ଏହି ରାଷ୍ଟ୍ରସବୁ ପ୍ରଥମ ବିଶ୍ବଯୁଦ୍ଧରେ ପକ୍ଷଭୁକ୍ତ ଥିବାରୁ ନିଜର ଯୁଦ୍ଧରତ ସୈନିକମାନଙ୍କୁ ନିରୁତ୍ସାହିତ ନ କରିବା ପାଇଁ ଏହି ମହାମାରୀକୁ ବିଶେଷ ପ୍ରଘଟ କରି ନ ଥିଲେ …

୧୯୧୮ ମସିହାରେ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଥିବା ସ୍ପାନିସ୍‌ ଫ୍ଲୁ ଏବେ ଜନମାନସରୁ ବିସ୍ମୃତ ହୋଇଗଲାଣି ।
ଫେବୃୟାରୀ ୧୯୧୮ ମସିହାରୁ ଆରମ୍ଭ କରି ମାର୍ଚ୍ଚ ୧୯୨୦ ମସିହା ପର୍ଯ୍ୟନ୍ତ ତଥା ପ୍ରଥମ ବିଶ୍ବଯୁଦ୍ଧର ଘନଘଟା ମଧ୍ୟରେ ପ୍ରାଦୁର୍ଭାବ ଘଟିଥିବା ଏହି ମହାମାରୀ ସମୁଦାୟ ଚାରୋଟି ପର୍ଯ୍ୟାୟରେ ଆସିଥିଲା ଏବଂ ସାରା ବିଶ୍ବରେ ସମୁଦାୟ ୫୦ କୋଟି ଜନସଂଖ୍ୟା (ବିଶ୍ବର ଏକ-ତୃତୀୟାଂଶ ଜନସଂଖ୍ୟା)କୁ ସଂକ୍ରମିତ କରିଥିଲା । ଏହି ଘାତକ ମହାମାରୀରେ ବିଶ୍ବର ୧.୫ କୋଟିରୁ ୫ କୋଟି ଲୋକଙ୍କ ମୃତ୍ୟୁ ଘଟିଥିଲା।
ସ୍ପାନିସ୍‌ ଫ୍ଲୁ H1N1 ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ ଦ୍ବାରା ସୃଷ୍ଟି ହୋଇଥିବା ଦୁଇଟି ମହାମାରୀ ମଧ୍ୟରୁ ପ୍ରଥମ। ଏହି କ୍ରମରେ ଦ୍ବିତୀୟ ମହାମାରୀଟି ହେଉଛି ୨୦୦୯ ମସିହାର ସ୍ବାଇନ୍‌ ଫ୍ଲୁ। ସ୍ପାନିସ୍‌ ଫ୍ଲୁ ଆକ୍ରମଣଜନିତ ଅସୁସ୍ଥତାର ପ୍ରଥମ ପ୍ରମାଣ କେତେକ ପାଶ୍ଚାତ୍ୟ ଦେଶ ଯଥା ଯୁକ୍ତରାଷ୍ଟ୍ର୍ର ଆମେରିକା, ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନରେ ମିଳିଥିଲା। ମାତ୍ର ସେତେବେଳେ ଏହି ରାଷ୍ଟ୍ରସବୁ ପ୍ରଥମ ବିଶ୍ବଯୁଦ୍ଧରେ ପକ୍ଷଭୁକ୍ତ ଥିବାରୁ ନିଜର ଯୁଦ୍ଧରତ ସୈନିକମାନଙ୍କୁ ନିରୁତ୍ସାହିତ ନ କରିବା ପାଇଁ ଏହି ମହାମାରୀକୁ ବିଶେଷ ପ୍ରଘଟ କରି ନ ଥିଲେ। ସ୍ପେନ୍‌ରେ ଏହି ମହାମାରୀ ପ୍ରାଦୁର୍ଭାବର ଖବର ପ୍ରଥମେ ପ୍ରକାଶିତ ହୋଇଥିବାରୁ ଐତିହାସିକ ଦୃଷ୍ଟିକୋଣରୁ ଏହାକୁ ‘ସ୍ପାନିସ୍‌ ଫ୍ଲୁ’ ବୋଲି ନାମିତ କରାଗଲା। ଅନ୍ୟ ମହାମାରୀ ସଂକ୍ରମଣର ଶିଖର ସମୟ ସାଧାରଣତଃ ଶୀତ ଋତୁ ହୋଇଥିଲାବେଳେ ଏହି ମହାମାରୀ ଗ୍ରୀଷ୍ମ ଋତୁରେ (ଉତ୍ତର ଗୋଲାର୍ଦ୍ଧରେ) ବେଶି ମାତ୍ରାରେ କାୟା ବିସ୍ତାର କରିଥିଲା।
ଚାରି ପର୍ଯ୍ୟାୟର ଆକ୍ରମଣ
ପ୍ରଥମ ମୃଦୁ ପର୍ଯ୍ୟାୟ: ୧୯୧୮ ମସିହାର ପ୍ରାରମ୍ଭରୁ ସୂତ୍ରପାତ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ମୃତ୍ୟୁହାର ବହୁତ ସ୍ବଳ୍ପ ଥିଲା। ୧୯୧୮ ମସିହାର ପ୍ରଥମ ଛଅ ମାସ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ପୂର୍ବ ବର୍ଷ ତୁଳନାରେ ମାତ୍ର ୧୨,୦୦୦ ଅଧିକ ଫ୍ଲୁ ଜନିତ ସଂକ୍ରମଣର ବିବରଣୀ ପ୍ରକାଶିତ ହୋଇଥିଲା। ୧୯୧୮ ମସିହାର ପ୍ରଥମ ତିନି ମାସ ବେଳକୁ ଏହି ମହାମାରୀର ପ୍ରତିକାର ନିମନ୍ତେ କୌଣସି ସଙ୍ଗରୋଧ ଶିବିରର ବ୍ୟବସ୍ଥା ନ ଥିଲା। ମହାମାରୀର ପ୍ରଥମ ପର୍ଯ୍ୟାୟ ସେତେଟା ମାରାତ୍ମକ ନ ଥିଲେ ସୁଦ୍ଧା ଏହା ପ୍ରଥମ ବିଶ୍ବଯୁଦ୍ଧର ଅଗ୍ରଗତିକୁ ବିଶେଷ ପ୍ରଭାବିତ କରିଥିଲା।
ପ୍ରଥମ ପର୍ଯ୍ୟାୟରେ ଏହି ମହାମାରୀର ସଂକ୍ରମଣ ଯୁକ୍ତରାଷ୍ଟ୍ର ଆମେରିକାର ଅଳ୍ପ କିଛି ସାମରିକ ଶିବିରରୁ ଆରମ୍ଭ ହୋଇ ଘଟଣାକ୍ରମେ ବିଶ୍ବର ଅନ୍ୟାନ୍ୟ ଅଞ୍ଚଳ ଯଥା ୟୁରୋପ, ଏସିଆ ଓ ଅଷ୍ଟ୍ରେଲିଆ ଆଦି ମହାଦେଶକୁ ବ୍ୟାପିଯାଇଥିଲା ।
ଦ୍ବିତୀୟ ଘାତକ ପର୍ଯ୍ୟାୟ: ଏହି ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ୧୯୧୮ ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଥିଲା। ସେତେବେଳେ ଏହି ମହାମାରୀ ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନ୍‌ ଓ ଆଫ୍ରିକାର ଫ୍ରିଟାଉନ୍‌ ସହରକୁ ବ୍ୟାପିଯାଇଥିଲା। ଏହା ସମୟକ୍ରମେ ବ୍ରାଜିଲ୍‌ ଓ କାରିବିଆନ୍‌ ଦ୍ବୀପସମୂହକୁ ଜାହାଜ ଦ୍ବାରା ସମ୍ପ୍ରସାରିତ ହୋଇଥିଲା। ପରବର୍ତ୍ତୀ ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକା ଦେଶକୁ ଫ୍ରାନ୍ସର ମୂଳବାସିନ୍ଦା ଶ୍ରମିକମାନେ ଜାହାଜରେ ଫେରି ଆସିବା ଦ୍ବାରା ଦକ୍ଷିଣ ଆଫ୍ରିକା ଓ ଜାମ୍ବେଜୀ ନଦୀ ଟପି ଇଥିଓପିଆ ଦେଶକୁ ମଧ୍ୟ ଏ ମହାମାରୀର ପ୍ରସାର ଘଟିଥିଲା ।
ଏହି ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ମାରାତ୍ମକ ଥିଲା। ୧୯୧୮ ମସିହା ଅକ୍ଟୋବର ମାସରେ ମହାମାରୀଜନିତ ସବୁଠାରୁ ଅଧିକ ମୃତ୍ୟୁ ଘଟିଥିଲା। ଭାରତର ବମ୍ବେରେ ୧ ଲକ୍ଷ ୧୦ ହଜାର ଜନସଂଖ୍ୟା ମଧ୍ୟରୁ ସମୁଦାୟ ୧୦,୦୦୦ ବ୍ୟକ୍ତି ଏହି ମହାମାରୀ ସଂକ୍ରମଣର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମହାମାରୀ ରୁଷିଆ ଦେଶକୁ ସଞ୍ଚାରିତ ହୋଇଥିଲା, ଯେଉଁଠାରୁ ଏହା ରୁଷୀୟ ସିଭିଲ ଯୁଦ୍ଧ ଓ ଟ୍ରାନ୍ସ- ସାଇବେରିଆନ୍‌ ରେଳପଥ ଜରିଆରେ ସାରା ଏସିଆ ମହାଦେଶରେ ବ୍ୟାପିଯାଇଥିଲା। ପରବର୍ତ୍ତୀ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏହା ଭାରତ, ଚାଇନା ଓ ଜାପାନ ଦେଶକୁ ସଂପ୍ରସାରିତ ହୋଇ ସାରିଥିଲା ।
ତୃତୀୟ ମଧ୍ୟମ ପର୍ଯ୍ୟାୟ: ୧୯୧୯ ମସିହା ଜାନୁୟାରୀ ମାସରେ ଏହି ମହାମାରୀ ପ୍ରଥମେ ଅଷ୍ଟ୍ରେଲିଆରେ ପ୍ରବେଶ କରି ୧୨,୦୦୦ ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲା। ପରେ ଏହା ୟୁରୋପ ମହାଦେଶ ଦେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ସଂପ୍ରସାରିତ ହୋଇଥିଲା, ଯାହାର ପ୍ରକୋପ ଜୁନ୍‌ ମାସ ପର୍ଯ୍ୟନ୍ତ ରହିଥିଲା I ଏହା ମୁଖ୍ୟତଃ ସ୍ପେନ୍‌, ସର୍ବିଆ, ମେକ୍ସିକୋ ଓ ବ୍ରିଟେନ୍‌ ଦେଶକୁ ପ୍ରଭାବିତ କରିଥିଲା। ଏହାଦ୍ବାରା ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ପର୍ଯ୍ୟାୟ ଦ୍ବିତୀୟ ପର୍ଯ୍ୟାୟ ତୁଳନାରେ କମ୍‌ ମାରାତ୍ମକ ଥିଲେ ହେଁ ପ୍ରଥମ ପର୍ଯ୍ୟାୟଠାରୁ ଅଧିକ ଭୟଙ୍କର ଥିଲା।
ଚତୁର୍ଥ ସଂକ୍ଷିପ୍ତ ପର୍ଯ୍ୟାୟ: ୧୯୨୦ ମସିହା ମାର୍ଚ୍ଚ ମାସରେ ନ୍ୟୁୟର୍କ ସହର ଏବଂ ବ୍ରିଟେନ୍‌, ଅଷ୍ଟ୍ରିଆ, ସ୍କାଣ୍ଡିନେଭିଆ ଏବଂ ଦକ୍ଷିଣ ଆମେରିକାର କେତେକ ଦେଶରେ ଅତି ସଂକ୍ଷିପ୍ତ ସଂକ୍ରମଣର ଏକ ଢେଉ ଆସିଥିଲା। କିଛି ବିଳମ୍ବରେ ଏହି ମହାମାରୀ ପହଞ୍ଚିଥିବା ଦେଶଗୁଡ଼ିକ ହେଲା ପେରୁ (୧୯୨୦ ମସିହାର ପ୍ରଥମ ଭାଗ) ଓ ଜାପାନ (୧୯୧୯ ମସିହାର ଶେଷ ଭାଗରୁ ୧୯୨୦ ମସିହାର ପ୍ରଥମ ଭାଗ) । ୧୯୨୦ ମସିହାର ମାର୍ଚ୍ଚ ମାସରେ ଏହି ଘାତକ ମହାମାରୀର ଶେଷ ସଂକ୍ରମଣ ଲକ୍ଷ୍ୟ କରାଯାଇଥିଲା।
ଲକ୍ଷଣ: ପ୍ରଥମ ପର୍ଯ୍ୟାୟରେ ଅଧିକାଂଶ ସଂକ୍ରମିତ ରୋଗୀଙ୍କଠାରେ ଗଳାରେ ଘା’ ଓ ମୁଣ୍ଡବ୍ୟଥା ଭଳି ସାଧାରଣ ଲକ୍ଷଣ ପ୍ରକାଶ ପାଇଥିଲା । ମାତ୍ର ଦ୍ବିତୀୟ ପର୍ଯ୍ୟାୟରେ ଏହା ଅଧିକ ଗୁରୁତର ହୋଇ ଘାତକ ରୂପ ନେଇଥିଲା। ଏହା ପୁଣି ବ୍ୟାକ୍ଟେରିଆ ଜନିତ ନିମୋନିଆ ରୋଗ ଭଳି ଦ୍ବିତୀୟ ସଂକ୍ରମଣ ଦ୍ବାରା ଆହୁରି ଜଟିଳ ହୋଇ ଅଧିକାଂଶ ସମୟରେ ମୃତ୍ୟୁର କାରଣ ହେଉଥିଲା। ଏହି ଭାଇରସ୍‌ ମଧ୍ୟ ସିଧାସଳଖ ସଂକ୍ରମଣ ଦ୍ବାରା ଫୁସ୍‌ଫୁସ୍‌ର ପ୍ରଦାହ ଓ ଫୁଲା ଦ୍ବାରା ମୃତ୍ୟୁର କାରଣ ହେଉଥିଲା। ଏହି ଗୁରୁତର ରୋଗରେ କେତେକ କ୍ଷେତ୍ରରେ ସାରା ଶରୀର କ୍ରମଶଃ ନୀଳ ଓ କଳା ରଙ୍ଗ ପାଲଟି ଯାଉଥିଲା। ତା’ସହ ଫୁସ୍‌ଫୁସରେ ପାଣି ଜମିଯିବା ଦ୍ବାରା ରୋଗୀ ମୃତ୍ୟୁମୁଖରେ ପଡୁଥିଲା। ଏହି ରୋଗର ଅନ୍ୟ ଲକ୍ଷଣମାନ ମଧ୍ୟରେ ପାଟି ଓ ନାକରୁ ଅଚାନକ ରକ୍ତ ପଡ଼ିବା, ଗର୍ଭବତୀଙ୍କ କ୍ଷେତ୍ରରେ ଗର୍ଭପାତ, ଦାନ୍ତ ଓ କେଶ ଉପୁଡ଼ିବା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ଆଖିକୁ ଝାପ୍ସା ଦେଖାଯିବା ଇତ୍ୟାଦି।ଏହି ରୋଗର ଏକ ମୁଖ୍ୟ ଲକ୍ଷଣ ଥିଲା ପାଟି, ପାକସ୍ଥଳୀ ଓ ଅନ୍ତନାଳୀର ଲାଳଗ୍ରନ୍ଥୀରୁ ରକ୍ତସ୍ରାବ ହେବା। ଏହାବ୍ୟତୀତ କାନ ଓ ଚର୍ମରୁ ମଧ୍ୟ ରକ୍ତସ୍ରାବ ହେଉଥିଲା। ଏହିସବୁ ଗୁରୁତର ଲକ୍ଷଣ ଶରୀର ମଧ୍ୟରେ ମାତ୍ରାଧିକ ରୋଗପ୍ରତିରୋଧକ ପଦାର୍ଥ ସୃଷ୍ଟି ହେବା ଦ୍ବାରା ଉତ୍ପନ୍ନ ହେଉଥିବାର ବିଶ୍ବାସ କରାଯାଏ ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଏହି ୫ ଅଭ୍ୟାସ କରିଦେବ ଘରକୁ ବରବାଦ୍‌,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ ଥିଲେ । ଚାଣକ୍ୟ ନିଜର ଅନୁଭବ ଅନୁସାରେ...

ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର

ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ...

କିଡ୍‌ନୀ ଫେଲ୍‌ ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ସମୁଦ୍ର ତଳେ ଜୀବନର ରହସ୍ୟ ଖୋଜୁଛି ନାସା

ଆମ ପୃଥିବୀର ମାତ୍ର ଏକ-ଚତୁର୍ଥାଂଶ ସ୍ଥଳଭାଗ ଏବଂ ବାକି ତିନି-ଚତୁର୍ଥାଂଶ ଭାଗ ଜଳ, ଯାହା ସମୁଦ୍ର ମହାସମୁଦ୍ରରେ ପରିପୂର୍ଣ୍ଣ। ଏହି ବିଶାଳ ଜଳଭାଗର ମହାସାଗର ତଳ...

ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା...

ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖୁଥିଲେ କେଉଁଠି ରଖିବେ ନିହାତି ଜାଣନ୍ତୁ

ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଘରେ ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ...

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ କରଜରୁ ମୁକ୍ତି ଚାହୁଁଥିଲେ

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ। ଆଉ ଠିକ୍‌ ସମୟରେ ଶୁଝିଦେଲେ ମନକୁ ଶାନ୍ତି ମିଳେ। କିନ୍ତୁ ବେଳେବେଳେ ଦେଖାଯାଏ, ଯେତେ ଚାହିଁଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri