ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ

ଭୁବନେଶ୍ୱର,୯।୬: ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ରବିବାର ଭିଡିଓ ବାର୍ତ୍ତ ଜାରି କରି ସକ୍ରିୟ ରାଜନୀତିରୁ ଅବସର ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀ ତଥା ବିଜୁ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଚଳିତ ନିର୍ବାଚନରେ ବିଜୁ ଜନତା ଦଳ, ଭାଜପା ଠାରୁ ଅତି ଶୋଚନୀୟ ଭାବେ ପରାଜିତ ହୋଇଛି। ଏହାପରେ ବଡ ଘୋଷଣା କରିଛନ୍ତି ପାଣ୍ଡିଆନ । ଭିଡିଓ ବାର୍ତ୍ତା ଜାରି କରି ବଡ ଘୋଷଣା କରିଛନ୍ତି ପାଣ୍ଡିଆନ । ବିଧିବଦ୍ଧ ଭାବେ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ବିଜୁ ଜନତା ଦଳର ପରାଜୟ ପାଇଁ କ୍ଷମା ମାଗିବା ସହିତ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ ।

ବିଜେଡିର ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପାଣ୍ଡିଆନ। ଭିଡିଓ ବାର୍ତ୍ତାରେ ହାତଯୋଡି ବିଜୁ ପରିବାରକୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ‘ମୁଁ ଗୋଟିଏ ଛୋଟ ଗାଁ ଓ ଭଲ ପରିବାରରୁ ଆସିଛି। ସବୁବେଳେ ଲୋକଙ୍କ ପାଇଁ କାମ କରିଛି। ୧୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗ ଦେଇଥିଲି। ନବୀନଙ୍କୁ ସହାୟତା କରିବାକୁ ରାଜନୀତିକୁ ଓହ୍ଲାଇଥିଲି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କାମ କରି ଅନେକ କିଛି ଶିଖିଛି। ମହାପ୍ରଭୁଙ୍କ କୃପାରୁ ଲୋକସେବାରେ ସଫଳ ହୋଇଛି। ନବୀନଙ୍କ ଭିଜନ୍‌କୁ ପୁରା କରିବାକୁ ଉଦ୍ୟମ କରୁଥିଲି’।

ପୈତୃକ ସମ୍ପତ୍ତି ଛଡ଼ା ଅନ୍ୟ କେଉଁଠି ସମ୍ପତ୍ତି ନାହିଁ। ଚାକିରିର ୨୪ ବର୍ଷ ପରେ ମଧ୍ୟ ସେତିକି ହିଁ ସମ୍ପତ୍ତି ଅଛି। ମୋ ପ୍ରଚାର ଯୋଗୁଁ ଯଦି ବିଜେଡିକୁ କ୍ଷତି ପହଞ୍ଚିଛି, ସେଥିପାଇଁ ଦୁଃଖିତ।
ମେଣ୍ଟରଙ୍କୁ ସହାୟତା ପାଇଁ ମୁଁ ଅବସର ନେଇ BJDରେ ମିଶିଥିଲି। ମୋ ଗୁରୁ ନବୀନ, ମୋ ନିଶ୍ବାସରେ ନବୀନ ପଟ୍ଟନାୟକ ହିଁ ରହିବେ ବୋଲି ପାଣ୍ଡିଆନ କହିଛନ୍ତି।

 

IAS ଚାକିରି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ କାର୍ତ୍ତିକ ପାଣ୍ଡିଆନ । ଦଳର ଫ୍ରଣ୍ଟ ଲାଇନରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ରାଜ୍ୟ ସାରା ବିଜେଡି ପକ୍ଷରୁ କ୍ୟାମ୍ପେନିଂ କରୁଥିଲେ । କିନ୍ତୁ ଦଳ ୨୪ ବର୍ଷ ପରେ ଶୋଚନୀୟ ପରାଜୟ ବରଣ କରିଥିଲା । ଆଉ ଦଳ ପରାଜୟର କାରଣ କେବଳ ପାଣ୍ଡିଆନ ବୋଲି ଅନେକ ଦଳୀୟ କର୍ମୀ ଖୋଲାଖୋଲି ଭାବେ ଅସନ୍ତୋଷ ଝାଡିଥିଲେ । ଦଳରେ ତାଙ୍କୁ ନେଇ ଅସନ୍ତୋଷ ବି ବଢୁଥିଲା । ତେବେ ପ୍ରଚାର ସମୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହେଲେ ରାଜନୀତି ଛାଡିଦେବେ ବୋଲି କହିଥିଲେ।

Share