ବୁଲେଟ୍‌ରେ ନଜର ଆସିଲେ ପାଣ୍ଡିଆନ, ଦେଲେ ଖାସ୍‌ ବାର୍ତ୍ତା

ଭୁବନେଶ୍ୱର,୧୦।୫: ବିଜୁ ଜନତା ଦଳ ଚଳିତ ନିର୍ବାଚନ ପାଇଁ ନିଜ ଇସ୍ତାହାର ପ୍ରକାଶ କରିଛି। ଯେଉଁଥିରେ ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ଓ ଯୁବପିଢିଙ୍କୁ ଗୁରୁତ୍ୱ ଦେଇଛନ୍ତି। ତେବେ ଶୁକ୍ରବାର ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବୁଲେଟ ଚଢି ଯୁବପିଢିଙ୍କ ପ୍ରାସଙ୍ଗିକତାକୁ ବୁଝାଇବା ପାଇଁ ଖାସ୍‌ ଅନ୍ଦାଜରେ ନଜର ଆସିଛନ୍ତି। ପାଣ୍ଡିଆନ ସୋସିଆଲ ମିଡିଆ ଇନଷ୍ଟାରେ ଏକ ଭିଡିଓ ଜାରି କରିଛନ୍ତି।

ଭିଡିଓରେ ସେ କହିଛନ୍ତି, ନବୀନବାବୁଙ୍କ ସରକାର ଯୁବପିଢିଙ୍କ ସରକାର, ଛାତ୍ରୀଛାତ୍ରଙ୍କ ସରକାର। ନୂଆ ଓ ସ୍କଲାରସିପରେ ପୁଅ ପିଲାଙ୍କ ପାଇଁ ୧୨ହଜାର ଓ ଝିଅ ପିଲାଙ୍କ ପାଇଁ ୧୪ହଜାର କରିଛନ୍ତି। ଯୁବପିଢି ଓ ଛାତ୍ରୀଛାତ୍ରଙ୍କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାର ହେଲେ ସେମାନଙ୍କ ପାଇଁ ବଜେଟ୍‌ରେ ବିଶେଷ ପ୍ୟାକେଜ ରଖାଯିବ ଯାହାକୁ ଯୁବପିଢିଙ୍କ ଇଚ୍ଛାନୁସାରେ କାମରେ ଲାଗିବ ବୋଲି ଭିଡିଓରେ ସେ ବାର୍ତ୍ତା ଦେଇଛନ୍ତି।

Share