ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି, ମିଶନ ଶକ୍ତି ମା’ମାନଙ୍କୁ ମିଳିବ ପେନସନ

ପୁରୀ,୧୮।୫: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ବଡ଼ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ପୁରୀ ବାସିନ୍ଦାଙ୍କ ଆଶୀର୍ବାଦ ହେଲେ ଏଠାରୁ ବିଜେଡିର ବିଧାୟକ ଓ ଏମପି ପ୍ରାର୍ଥୀ ଜିତିବେ, ଜୁନ ୯ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ୩ଟି ଦସ୍ତଖତ କରିବେ । ପ୍ରଥମରେ ମାଗଣା ବିଜୁଳି ବିଲ ଉପରେ ଦସ୍ତଖତ କରିବେ, ଜୁଲାଇଠାରୁ ଆଉ ବିଜୁଳି ବିଲ ଆସିବନି । ଦ୍ୱିତୀୟରେ ବିଏସକେୱାଇ କାର୍ଡ ଯୋଜନା, ଯେଉଁଥିରେ ବାକି ରହିଯାଇଥିବା ପ୍ରତି ପରିବାରକୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇଦିଆଯିବ । ତୃତୀୟ ଦସ୍ତଖତ କରି ମିଶନ ଶକ୍ତି ମା’ଙ୍କର ବହୁ ଦିନର ଇଚ୍ଛାକୁ ପୂରଣ କରିବେ ମୁଖ୍ୟମନ୍ତ୍ରୀ।

ବହୁ ଦିନରୁ ମିଶନ ଶକ୍ତି ମା’ଙ୍କର ଦାବି ଥିଲା ସେମାନଙ୍କୁ ଭତ୍ତା ମିଳୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଶପଥ ନେବା ପରେ ସେମାନଙ୍କର ଏହି ଇଚ୍ଛାକୁ ପୂରଣ କରିବେ । ମିଶନ ଶକ୍ତି ଗ୍ରୁପର ମା’ ମାନଙ୍କୁ ୬୦ ବର୍ଷ ପରେ ପେନସନ ମିଳିବ ବୋଲି ପ୍ରଚାର ମଞ୍ଚ ଉପରୁ ପ୍ରତିଶ୍ରୁତି ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

Share