ଇନ୍‌ଷ୍ଟାଗ୍ରାମରୁ ବିଜେଡି ହଟାଇଲେ ପାଣ୍ଡିଆନ, ପରିବର୍ତ୍ତନ କରି ଲେଖିଲେ…

ଭୁବନେଶ୍ୱର,୫ା୬: ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରୁ କାର୍ତ୍ତିକ ପାଣ୍ଡିଆନ ବିଜେଡି ହଟାଇ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ ଲେଖିଥିବା ବେଳେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି। ଏହାସହିତ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ’ ସରକାରୀ ଓ୍ବେବ୍‌ସାଇଟ୍‌କୁ ପ୍ରୋଫାଇଲରେ ରଖିଛନ୍ତି ।

ସୂଚନାଯୋଗ୍ୟ, ଏଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଐତିହାସିକ ପ୍ରଦର୍ଶନ ହାସଲ କରିଛି। ଭାରତୀୟ ଜନତା ପାର୍ଟି ୧୪୭ ସିଟ୍‌ ବିଶିଷ୍ଟ ବିଧାନସଭାରେ ୭୮ ସିଟ୍‌ ଜିତିବାରେ ସଫଳ ହୋଇଥିବା ବେଳେ ବିଜେଡିକୁ କେବଳ ୫୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଯାହା ୭୪ର ସଂଖ୍ୟା ଗରିଷ୍ଠତାଠାରୁ କମ୍‌ ଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ୧୪ଟି ସିଟ୍‌ ଜିତିଛି।

ଅନ୍ୟପକ୍ଷରେ ବିଜେଡିର ଏହି ଅମାନତ ପରାଜୟକୁ ନେଇ ସାଧାରଣରେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଲୋକେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି...

୧୪ ବର୍ଷ ପରେ ସ୍ବାମୀଙ୍କୁ ପାଇଲେ ବିଧବା ଭତ୍ତା ପାଉଥିବା ସ୍ତ୍ରୀ: ଗୋଆରେ ମାଛ ଧରିବା…

ବଡ଼ଗାଁ,୧୮ା୪(ଅଶୋକ ଷଡ଼ଙ୍ଗୀ): ଓଡ଼ିଆ କହିବା ଭୁଲି ଗଲେଣି। ଏଠି ସବୁକିଛି ଅଜଣା ଅଚିହ୍ନା ଭଳି ଲାଗୁଛି। ୧୪ ବର୍ଷ ପରେ ଗାଁ ମାଟିରେ ପାଦ ପଡ଼ିଲାପରେ...

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ...

ଶିକ୍ଷକତାରୁ ସଫଳ ଆମ୍ବ ଚାଷୀ :ବାର୍ଷିକ ରୋଜଗାର ୫ରୁ ୬ ଲକ୍ଷ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):  ବୃତ୍ତି ଶିକ୍ଷକତା ହେଲେ ନିଶା ଥିଲା ବିଭିନ୍ନ ପ୍ରକାର ଚାଷ। ଶିକ୍ଷକତାରୁ ସେ ପାଲଟିଛନ୍ତି ଜଣେ ସଫଳ ଆମ୍ବଚାଷୀ। ସେ ହେଲେ...

କ’ଣ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ହନି ସିଂ? ଜନ୍ମଦିନ ପାର୍ଟିରେ ହାତ ଧରି…

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ଖ୍ୟାତନାମା ରାପର ହନି ସିଂ। ଜଣେ ମଡେଲଙ୍କ ପାଇଁ ତାଙ୍କ ହୃଦୟରେ ଗୀଟାର, ବୀଣା ବାଜିବା ଆରମ୍ଭ ହୋଇଛି। ସଂଗୀତ ଦୁନିଆରେ...

ଝଡ଼ବର୍ଷା ପାଇଁ ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ସମେତ ଅଧିକାଂଶ ଜିଲାରେ...

କାଳବୈଶାଖୀରେ ଉଜାଡ଼ି ଦେଲା ସବୁକିଛି, ମୁଣ୍ଡ ଉପରୁ ଛାତ ହରାଇ ଭାଙ୍ଗିପଡ଼ିଛନ୍ତି ୨ ପରିବାର

ଆନନ୍ଦପୁର,୧୮।୪(ସୁଶାନ୍ତ କୁମାର ସାହୁ ): ଅଦିନରେ ବର୍ଷା, ପବନ, ଘଡ଼ଘଡ଼ି। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ...

କାଳବୈଶାଖୀ ଅଘଟଣ: କାଖରେ ପଶି କାନ୍ଧପଟେ ବାହାରିଲା ଗ୍ରୀଲକଣ୍ଟା

ଭୁବନେଶ୍ୱର,୧୮।୪(ବ୍ୟୁରୋ): କାଳବୈଶାଖୀ ବେଳେ ନାବାଳକଙ୍କ ଶରୀରରେ ପଶିଗଲା ଗ୍ରୀଲ। ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ। ନାବାଳକ ଜଣଙ୍କ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image