କହିଥିଲେ ପାଣ୍ଡିଆନ, ‘ହାରିଲେ ଛାଡିଦେବି ରାଜନୀତି’

ଭୁବନେଶ୍ୱର,୪।୬: ଦୀର୍ଘ ୧୫ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଫୁଟିବାକୁ ଯାଉଛି ପଦ୍ମ। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବେ ବଡ଼ ପରାଜୟ ମୁଖେ ଅଗ୍ରସର ହେଉଛି। ରାଜ୍ୟରେ ଭାଜପା ୮୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ଆସନରେ ସୀମିତ ରହିଛି। ତେବେ ୧୫ବର୍ଷ ପରେ ଭାଜପା ଓଡ଼ିଶାରେ ସରକାର ଗଢିବାକୁ ଯାଉଛି।

ଚଳିତ ନିର୍ବାଚନରେ ବିଜେଡି-ଭାଜପା ମଧ୍ୟରେ ରାଜ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ବିଜେଡି ୧୦୦ରୁ ଅଧିକ ଆସନ ଜିତିବା ନେଇ ଦୃଢୋକ୍ତି ବାଢିଥିବାବେଳେ ସରକାର ଗଢିବୁ ବୋଲି ସଂକଳ୍ପ କରି ବସିଥିଲା ଭାଜପା। ଯାହା ଏବେ ଫଳାଫଳରେ ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ରାଜ୍ୟରେ ଦେଖିବାକୁ ମିଳିଛି ଦୁଇ ଦଳ ମଧ୍ୟରେ ସଣ୍ଢୁଆଶି ଆକ୍ରମଣ। ଲଢେଇ ଏମିତି ଚାଲିଥିଲା କି, କେହି କାହାକୁ ଛାଡିବାକୁ ନଛୋଡବନ୍ଧା ଥିଲେ। ଦୁଇ ଦଳ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ।

ନିର୍ବାଚନ ଘୋଷଣା ହେବା ପୂର୍ବରୁ ମେଣ୍ଟ ନେଇ ଆଲୋଚନା ଚାଲିଥିବାବେଳେ ପରେ ଦୁଇ ଦଳ ଏକାକୀ ଲଢିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଦୁଇ ଦଳର ରାଜ୍ୟ ନେତୃତ୍ୱ ଓ କେନ୍ଦ୍ର ନେତୃତ୍ୱ ମେଣ୍ଟ ନେଇ ଜୋରଦାର ଆଲୋଚନା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ପରବର୍ତ୍ତୀ ମୂହୁର୍ତ୍ତରେ ଦୁହେଁ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଓଡ଼ିଶାଭାଜପା ରାଜ୍ୟରେ ସରକାର ଗଢିବ ବୋଲି କହିଥିଲା। ନିଷ୍ପତ୍ତି ଏପରି ଥିଲା କି, ମଇଦାନରେ ମୁହାଁମୁହିଁ ଯୁଦ୍ଧ ସାରା ରାଜ୍ୟ କ’ଣ ଦେଶ ଦେଖିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜ୍ୟରେ ମାରାଥନ ପ୍ରଚାରକୁ ଭାଜପାର କେନ୍ଦ୍ରନେତାଙ୍କ ଗୋଟିଏ ପରେ ଗୋଟିଏ ରାଲି। ଯେପରି ଭାଜପାର ସବୁ ନେତୃତ୍ୱ ଗୋଟିଏ ପରେ ଗୋଟିଏ ଆସି ରାଜ୍ୟକୁ ଘେରାବନ୍ଦୀ ଭାବରେ ରଖିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ପୁରା ବିଜେଡିକୁ ସିଧା ସିଧା ଟାର୍ଗେଟ କରିଥିଲେ। ଯାହାକୁ ନେଇ ମୁହଁ ଫିଟାଇଥିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିକ ପରେ ଗୋଟିଏ ଭିଡିଓ ଛାଡି ବିରୋଧୀଙ୍କୁ କମ୍‌ ଶଦ୍ଦରେ ଟାଣ କଥା କହିଥିଲେ। ସେହିପରି ପାଣ୍ଡିଆନ ରାଜନୀତି ଛାଡିଦେବି ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇଥିଲେ। ନିର୍ବାଚନୀ ପ୍ରଚାର ସମୟରେ ଏକ ସଭାରେ ସେ ବିଜେଡି ହାରିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିଲେ।

ତେବେ ଆଜିର ଫଳାଫଳ ବାହାରିବା ପରେ ଚର୍ଚ୍ଚା ଆରମ୍ଭ ହେଲାଣି କି, ବିଜେଡି ନେତା ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ବିବାହରେ ବରବଧୂଙ୍କୁ ବନ୍ଧୁମାନେ ଉପହାରରେ ଦେଲେ ‘ନୀଳ ଡ୍ରମ’, ପରେ ଯାହା ହେଲା ଦେଖିଲେ…

ଉତ୍ତର ପ୍ରଦେଶର ହମିରପୁରରେ ଏକ ନବ ବିବାହିତ ଦମ୍ପତିଙ୍କୁ ବିବାହ ମଞ୍ଚରେ ସେମାନଙ୍କ ବନ୍ଧୁମାନେ ଏକ ନୀଳ ଡ୍ରମ ଉପହାର ଦେଇଥିଲେ। ଏହି ଭିଡିଓ ଆଜିକାଲି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍‌ ଜାଣିଲେ ଉଡିବ ହୋସ

ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ...

ପୂରଣ ହେବ କି ପୋପ ଫ୍ରାନ୍ସିସଙ୍କ ଶେଷ ଇଚ୍ଛା: ଜାଣନ୍ତୁ କ’ଣ ଥିଲା

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଦେହାନ୍ତ, ଯାହା ସାରା ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳାଇ...

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି।...

ପୋପ ଫ୍ରାନ୍ସିସ କିଏ? ଯିଏ ଶରଣାର୍ଥୀଙ୍କ ପାଦ ଧୋଇ କରିଥିଲେ ସେବା

ଭାଟିକାନ୍‌ ସିଟି,୨୧।୪:ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଗୁରୁତର ଅସୁସ୍ଥ...

ଦିନ ୨ଟା ୩୦ ସୁଦ୍ଧା ୪୪ଡ଼ିଗ୍ରୀ ଅତିକ୍ରମ କଲା ତାତି, ଉପକୂଳରେ ଆଦ୍ରତା କରୁଛି କଲବଲ

ଭୁବନେଶ୍ୱର,୨୧।୪: ରାଜ୍ୟରେ ବୃଦ୍ଧି ପାଇଛି ତାତିର ପ୍ରଭାବ। ପଶ୍ଚିମରେ ପ୍ରବଳ ତାତି ଅନୁଭୂତ ହେଉଥିଲା ବେଳେ ଉପକୂଳର ଆଦ୍ରତା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ରବିବାର ଝାରସୁଗୁଡା...

ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କିଛି ଅଣ ଆଦିବାସୀ ଜାତି ଗତ ପ୍ରମାଣ ପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image