ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି ଯେ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ଆପଣମାନେ ମତାମତ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଅନ୍ତି। ଏ ସରକାର ଲୋକମାନଙ୍କ ସରକାର। ଆପଣମାନେ ଯାହା ଚାହିଁବେ ତାହା ହିଁ ହେବ ବୋଲି ପାଣ୍ଡିଆନ କହିଛନ୍ତି।

Share