Advertisement

ଏହି ତାରିଖରେ ସବୁଦିନ ପାଇଁ ତାମିଲନାଡୁ ପଳାଇବେ ପାଣ୍ଡିଆନ୍‌: ବିଜେଡି ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା

ସମ୍ବଲପୁର,୨୩।୫: ଓଡ଼ିଶାର ସମ୍ବଲପୁରରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସମ୍ବଲପୁରରେ ମା’ ସମଲେଇ ଦର୍ଶନ ପରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ହିମନ୍ତ। ସେ କହିଛନ୍ତି,ନିର୍ବାଚନ ହାରିଲେ ବିଜେଡି ଗୋଟିଏ ଦିନରେ ଭାଙ୍ଗିଯିବ। ଯେଉଁମାନଙ୍କର ଆତ୍ମସମ୍ମାନ ଅଛି ସେମାନେ ବିଜେଡିରେ ରହିବେନି। ପାଣ୍ଡିଆନଙ୍କୁ ହଟାଇ ଆମକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାଛିବାକୁ ହେବ। ୧୧ ତାରିଖରେ ପାଣ୍ଡିଆନ ତାମିଲନାଡୁ ଚାଲିଗଲେ ବହୁତ କିଛି ଜଣାପଡ଼ିବ। ଏଠି ଯେଉଁ ୫ଟି କଥା କୁହାଯାଉଛି, ଟି ଅର୍ଥ ହେଉଛି ତାମିଲନାଡୁ। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି।
ଏହାସହ ହିମନ୍ତ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରି କହିଛନ୍ତି,ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଏକଲା କଥା ହୁଅନ୍ତି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel