ପହଣ୍ଡିବିଜେ ଆରମ୍ଭ: ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ପୁରୀ,୧୫।୭: ଆଜି ବାହୁଡା ଯାତ୍ରା ଜନ୍ମବେଦୀରୁ ଶ୍ରୀମନ୍ଦିର ଫେରିବେ ୩ ଠାକୁର। ତେବେ ବାହୁଡା ଯାତ୍ରା  ଆରମ୍ଭ ହୋଇସାରିଥିବା ବେଳେ । ବର୍ତ୍ତମାନ ପହଣ୍ଡିବିଜେ ଆରମ୍ଭ ହୋଇଛି। ସୁଦର୍ଶନଙ୍କ ପହଣ୍ଡି ପରେ ବର୍ତ୍ତମାନ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ଚାଲିଛି।
ତେବେ ଗୁଣ୍ଡିଚା ମନ୍ଦିର ବିଜେ ବେଳେ ଯେଉଁ ଅଘଟଣ ଘଟିଲା, ତାକୁ ଦୃଷ୍ଟିରେ ରଖି ଏଥର ମୋବାଇଲ ନେଇ ଶ୍ରୀମନ୍ଦିର ପ୍ରଶାସନ କଡା ନିର୍ଦ୍ଦେଶ ଜାରି କରିଛି । ଏଥର ରଥକୁ କେହି ମୋବାଇଲ ନେଇପାରିବେନି ବୋଲି ଜିଲାପାଳ ସେବାୟତମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷେ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୋଲିସ ଅଧିକାରୀ ଏବଂ ସେବାୟତଙ୍କ ସହ ସେ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କୁ ଭେଟି ଶାନ୍ତିଶୃଙ୍ଖଳା ରଖିବା ପାଇଁ ନିବେଦନ କରିଛନ୍ତି କରସବା ସହ ବାହୁଡ଼ା ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଯାହା ଏସ୍‌ଓପି କରାଯାଇଛି, ତାକୁ ସମସ୍ତେ ପାଳନ କରିବା ଆବଶ୍ୟକ ବୋଲି କହିଛନ୍ତି । ସେ ସେବାୟତ ହୁଅନ୍ତୁ ବା ଭକ୍ତ ସମସ୍ତେ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ଉପସ୍ଥିତ ରହିବୁ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ
Share