Categories: ଜାତୀୟ

ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ‘କଥା’ କାର୍ଯ୍ୟକ୍ରମରେ ଅଘଟଣ

ନୂଆଦିଲ୍ଲୀ,୧୨।୭: ବାଗେଶ୍ୱର ଧାମର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ‘କଥା’ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ବୁଧବାର ଗ୍ରେଟର ନୋଏଡା ଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଏକାଠି ହୋଇଥିବା ଭକ୍ତଙ୍କ ଭିଡ ଅନିୟନ୍ତ୍ରିତ ହୋଇଯାଇଥିଲା। ଦଳଚକଟାରେ ଅନେକ ଲୋକ ଚେତାଶୂନ୍ୟ ହୋଇଯାଇଥିଲେ। କିଛି ଲୋକ ବାହାରେ ଥିବାବେଳେ ବିଦ୍ୟୁତ୍‌ କରେଣ୍ଟରେ ଆହତ ହୋଇଛନ୍ତି। ୧୦ ଆହତଙ୍କୁ ହସସ୍ପିଟାଲ ନିଆଯାଇଛି। ପରିସ୍ଥିତି ଏପରି ହେଲା ଯେ ଘଟଣାସ୍ଥଳରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଆମ୍ବୁଲାନ୍ସକୁ ଡାକିବାକୁ ପଡିଛି। ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି।

Share