ତବଲା ବାଜୁଥିବା ଯାଏ ମନେରହିବେ…

ପଣ୍ଡିତ ଉମେଶ ଚନ୍ଦ୍ର କର। ତବଲା ବାଦନରେ ସେ ଥିଲେ ଅଦ୍ୱିତୀୟ। ତାଙ୍କ ତବଲା ଧ୍ୱନି ଶ୍ରୋତାଙ୍କୁ ଝୁମାଉଥିଲା। ଆଉ ନୃତ୍ୟ, ସଙ୍ଗୀତରେ ଜୀବନ ଭରୁଥିଲା। କେବଳ ରାଜ୍ୟ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ନିଜର ସ୍ବତନ୍ତ୍ର କଳା ଚାତୁରି ମାଧ୍ୟମରେ ବେଶ୍‌ ପ୍ରତିଷ୍ଠିତ ହୋଇପାରିଥିଲେ। ତାଙ୍କ ବିୟୋଗରେ କଳାଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ତବଲା ବାଜୁଥିବା ଯାଏ ପଣ୍ଡିତ କର ମନେ ରହିଥିବେ ବୋଲି ଶୁଭେଚ୍ଛୁ ଓ କଳାପ୍ରେମୀମାନେ କହିଛନ୍ତି।

ସଙ୍ଗୀତ ମହାବିଦ୍ୟାଳୟରେ ଶେଷ କାର୍ଯ୍ୟକ୍ରମ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଓ ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ଥିଲେ ପଣ୍ଡିତ ଉମେଶ ଚନ୍ଦ୍ର କର। ଏପରିକି ଜୀବନର ଶେଷ ପର୍ଯ୍ୟନ୍ତ ସେ ଏହି ସଙ୍ଗୀତ ମହାବିଦ୍ୟାଳୟ ସହ ଜଡିତ ରହିଥିଲେ। ଗୁରୁବାର ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ବୁଧବାର ସଙ୍ଗୀତ ମହାବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମଧ୍ୟ ସେ ଯୋଗ ଦେଇଥିଲେ। ଏହା ତାଙ୍କ ଜୀବନର ଶେଷ କାର୍ଯ୍ୟକ୍ରମ ଥିଲା। ତେବେ ତାଙ୍କର ଏପରି ବିୟୋଗକୁ ପ୍ରଥମେ ସହଜରେ କେହି ବିଶ୍ୱାସ କରିପାରି ନ ଥିଲେ।

ଦେଶର ପ୍ରତିଷ୍ଠିତ ତବଲା ବାଦକ ଥିଲେ
କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ପଣ୍ଡିତ କର ଥିଲେ ଜଣେ ପ୍ରତିଷ୍ଠିତ କଳାକାର, ଦବଲ ବାଦକ। ଏଥିସହ ରାଜ୍ୟର ସଂସ୍କୃତିକୁ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ବାହାର କଳାକାରମାନେ ତାଙ୍କ ପାଖରେ ଆସି ରହୁଥିଲେ। ପଣ୍ଡିତ କର ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ। ସଙ୍ଗୀତ ମହାବିଦ୍ୟାଳୟର ଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବହୁତ ଖୁସି ହୋଇଥିଲେ। ଅସୁସ୍ଥ ଥିବାରୁ ବେଶି କହିବାକୁ ଦେଇ ନ ଥିଲୁ। ତବଲା ବାଦନରେ ସେ ଥିଲେ ଅଦ୍ୱିତୀୟ। ତାଙ୍କ ପରଲୋକ କଳା ଜଗତରେ ଏକ ଅପୂରଣୀୟ କ୍ଷତି।
– ବିଜୟ ଜେନା, ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ
ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ
ପଣ୍ଡିତ ଉମେଶ ଚନ୍ଦ୍ର କର ବିର୍‌ଜୁ ମହାରାଜଙ୍କଠାରୁ ଆରମ୍ଭ କରି ଅନେକ ପ୍ରତିଷ୍ଠିତ କଳାକାରଙ୍କ ସହ ସେ ତବଲା ବାଦନ କରିଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଦୀର୍ଘଦିନ ଧରି ଅଧ୍ୟାପନା କରିଥିଲେ। ତାଙ୍କ ହାତରେ ରାଜ୍ୟର ହଜାର ହଜାର କଳାକାର ଆଜି ପ୍ରତିଷ୍ଠା ଲାଭ କରିଛନ୍ତି। ତାଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ।
– ଧୀର ମଲ୍ଲିକ, ନାଟ୍ୟ ନିର୍ଦ୍ଦେଶକ
ଉପଯୁକ୍ତ ସମ୍ମାନ ମିଳିଲା ନାହିଁ
ସେ ମୋ ଗୁରୁ। ୪୦ବର୍ଷ ଧରି ମୁଁ ତାଙ୍କ ସହ ଜଡ଼ିତ। ତାଙ୍କର ମୋ ଉପରେ ବହୁତ ବିଶ୍ୱାସ ଥିଲା। ଆମ ସମ୍ପର୍କ କେବଳ ଗୁରୁ ଶିଷ୍ୟ ନୁହେଁ, ବାପା ପୁଅର ସମ୍ପର୍କ ଥିଲା। ଅତ୍ୟନ୍ତ ଅମାୟିକ ବ୍ୟକ୍ତିତ୍ୱ ଥିଲେ। ବିଶ୍ୱରେ ତବଲା ବାଦନ କ୍ଷେତ୍ରରେ ଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ। ଦୁଃଖର କଥା ଏଭଳି ଜଣେ ପ୍ରତିଷ୍ଠିତ ଓ ବିରଳ ବ୍ୟକ୍ତିତ୍ୱଙ୍କ ପ୍ରତିଭାକୁ ସରକାର ଜାଣିପାରିଲେ ନାହିଁ। ବଞ୍ଚତ୍ଥିବା ସମୟରେ ତାଙ୍କୁ ଅବହେଳା କରାଯାଇଛି। ତାଙ୍କୁ କୌଣସି ରାଷ୍ଟ୍ରୀୟ ସମ୍ମାନ ଦିଆଯାଇନାହିଁ। ଏ ନେଇ ସେ ଅନେକ ଥର କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି। ବିଶ୍ୱସ୍ତରରେ ପ୍ରତିଷ୍ଠିତ ଏଭଳି ବ୍ୟକ୍ତିତ୍ୱଙ୍କୁ ଉପଯୁକ୍ତ ସମ୍ମାନ ନ ମିଳିବା ଅତ୍ୟନ୍ତ ଦୁଃଖର କଥା।
– ଡ.ସୁଶୀଲ କୁମାର ପଟ୍ଟନାୟକ, ସଙ୍ଗୀତ ବିଭାଗ ମୁଖ୍ୟ, ରମାଦେବୀ ମହାବିଦ୍ୟାଳୟ

 


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁରେ ସର୍ବାଙ୍ଗ ଶରୀର ଦାନ କରିବେ ମହିଳା ଚାଷୀ ରାମବାଇ , ଚୁକ୍ତିପତ୍ରରେ କଲେ ସ୍ବାକ୍ଷର

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚାରେ । ମୃତ୍ୟୁ ପରେ...

ରାଜ୍ୟରେ ବଢୁଛି ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା, ସାଂଘାତିକ ବୟାନ ଦେଲେ ପ୍ରଭାତୀ

ଭୁବନେଶ୍ୱର,୨୯।୩: ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ୧୧,୫୯୮...

ବଡ଼ ଖବର: ନଡ୍ଡା କରିବେ ସଭାପତି ଘୋଷଣା

ଭୁବନେଶ୍ୱର,୨୯।୩: ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପ୍ରିଲ ୧୨ରେ ଓଡ଼ିଶା ଆସୁଛନ୍ତି ନଡ୍ଡା । ନଡ୍ଡାଙ୍କ ଗସ୍ତ ସମ୍ପର୍କରେ...

ସମ୍ବଲପୁରରେ ମଧ୍ୟାହ୍ନ ସୁଦ୍ଧା ୪୩ ପ୍ରତିଶତ ମତଦାନ

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଛି ମତଦାନ। ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ସକାଳ ସାଢ଼େ...

୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ) – ଏକ ବଡ ଧାରଣର ଆର୍ଥିକ ଅନିୟମିତତା ମାମଲାରେ ଶନିବାର ଭିଜିଲାନ୍ସ ବରଗଡ଼ ଜିଲା କନସିଂହା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର...

ପୁରୀ ବାର୍‌ ଆସୋସିଏଶନ୍‌ରେ ଚାଲୁରହିଛି ମତଦାନ

ପୁରୀ,୨୯ା୩: ଶନିବାର ରାଜ୍ୟର ୧୫୬ ବାର୍‌ରେ ନିର୍ବାଚନ ଅନୁଷ୍ଠିତ ହେଉଛି। କାର୍ଯ୍ୟରତ ଆଇନଜୀବୀମାନେ ଏହି ନିର୍ବାଚନରେ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ବାର୍‌...

ଚାକିରି ଛାଡିଲେ ପାଣ୍ଡିଆନଙ୍କ ସ୍ତ୍ରୀ Sujata Karthikeyan, ଆଗକୁ କରିବେ କ’ଣ?

ଭୁବନେଶ୍ୱର,୨୯।୩: ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର। IAS ଚାକିରିରୁ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ। ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ। ତେବେ...

ଓକିଲ ସଂଘ ନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦% ମତଦାନ

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା କୋର୍ଟ ପରିସରରେ ଖୋର୍ଦ୍ଧା ଜିଲା ଓକିଲ ସଂଘର ମତାମତ ଚାଲିଛି। ୩୬୧ ମତଦାତା ରହିଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦%...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image