ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର ନ୍ୟୁ ଜର୍ସିରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ। ତାଙ୍କ ମୃତ୍ୟୁ ଖବରରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ ବୁଧବାର ତାଙ୍କ ପାର୍ଥିକ ଶରୀରକୁ ମୁମ୍ବାଇ ଅଣାଯାଇଛି। ଏହି ସମୟରେ ତାଙ୍କୁ ଝିଅ ଦୁର୍ଗା ଓ ପୁଅ ସାରଙ୍ଗ ଦେବ ଘର ବାହାରେ ହାତ ଯୋଡ଼ି ଠିଆ ହୋଇଥିବା ଦେଖିବାକୁ ମିଳିଛି। ମୁମ୍ବାଇ ବର୍ସୋବା ସ୍ଥିତ ବାସଭବନରେ ତାଙ୍କ ପାର୍ଥିବ ଶରୀର ରଖାଯିବ। ଗୁରୁବାର ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ପଣ୍ଡିତ ଯଶରାଜଙ୍କ ଶାସ୍ତ୍ରୀୟ ସଙ୍ଗୀତର ଯାଦୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା।