Posted inଖେଳ

ଟିମ ଇଣ୍ଡିଆକୁ ଫେରିବାକୁ କସରତ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୧୨: ଏବେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳ ବାହାରେ ଅଛନ୍ତି। ୨୦୨୩ ବିଶ୍ୱକପରେ ଏହି ଷ୍ଟାର ଅଲରାଉଣ୍ଡର ଆହତ ହୋଇଥିଲେ, ଯାହା ପରେ ସେ ଦଳକୁ ଫେରିପାରିନଥିଲେ। ବର୍ତ୍ତମାନ ହାର୍ଦ୍ଦିକ ପ୍ରତ୍ୟାବର୍ତ୍ତନ ପାଇଁ କଠିନ ପରିଶ୍ରମ କରୁଥିବା ଦେଖାଯାଉଛି। ଖବର ଅନୁଯାୟୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ହାର୍ଦ୍ଦିକଙ୍କ ପାଇଁ ୧୮ ସପ୍ତାହର ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ ଯେଉଁଥିରେ ତାଙ୍କୁ ପ୍ରତିଦିନ ମୂଲ୍ୟାଙ୍କନ କରାଯିବ।
ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବିଭିନ୍ନ ପ୍ରକାରର ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ଏହା ନିଶ୍ଚିତ ଯେ ହାର୍ଦ୍ଦିକ ୧୮ସପ୍ତାହ ପର୍ଯ୍ୟନ୍ତ ଦଳକୁ ଫେରିବେ ନାହିଁ, କାରଣ ସେ ବିସିସିଆଇର ସମ୍ପୂର୍ଣ୍ଣ ଯୋଜନା ଶେଷ କରିବେ। ତେବେ ତାଙ୍କ ଫେରିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସରକାରୀ ଘୋଷଣା କରାଯାଇ ନାହିଁ। ଏବେ ଯେତେବେଳେ ସେ ଟିମ ଇଣ୍ଡିଆକୁ ଫେରିବେ ତାହା ଦେଖିବା ମଜାଦାର ହେବ। ଏଥିପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭଡାଟିଆଙ୍କୁ ହଇରାଣ କରିପାରିବେ ନାହିଁ ଘର ମାଲିକ, ରହିଛି ଏସବୁ ଅଧିକାର

ନୂଆଦିଲ୍ଲୀ,୬।୧୧: ଭଡା ଘର ଏବଂ ଦୋକାନରେ, ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିବାଦ ଉପୁଜେ। ବେଳେବେଳେ ଏହା...

ଅଚାନକ ବଦଳିଲେ ଅଷ୍ଟ୍ରେଲିଆ ଅଧିନାୟକ: ଜାଣନ୍ତୁ କାହିଁକି

ସିଡନୀ,୬।୧୧: ଦିନିକିଆ ଏବଂ ଟି-୨୦ ପାଇଁ ଅଷ୍ଟ୍ରେଲିଆର ନୂତନ ଅଧିନାୟକ ଘୋଷଣା କରାଯାଇଛି। ଜୋସ ଇଂଲିସଙ୍କୁ ଅଷ୍ଟ୍ରେଲିଆର ଦାୟିତ୍ୱ ଦିଆଯାଇଛି। ସେ ଅଧିନାୟକ ଭାବେ ଦିନିକିଆରେ...

ମେଗା ନିଲାମ ପାଇଁ ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ରଖିଲେ ଏହି ସବୁ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୬।୧୧: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମର ତାରିଖ ପ୍ରକାଶ ପାଇଛି। ଘୋଷଣା କରି ବିସିସିଆଇ କହିଛି ଯେ ମେଗା ନିଲାମ ୨୪ ଏବଂ ୨୫...

୧୭ ବର୍ଷ ପରେ ଏକାଠି ଖେଳିବେ ଭାରତ ଏବଂ ପାକିସ୍ତାନ ଖେଳାଳି! ବିରାଟ-ବାବର ଯୋଡି କରିବେ ଧମାଲ୍‌

ନୂଆଦିୀ,୬।୧୧: କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଆଫ୍ରୋ-ଏସିଆ କପ ପୁଣି ଆରମ୍ଭ ହେବାକୁ ଯାଉଛି। ଆଫ୍ରିକୀୟ କ୍ରିକେଟ ଆସୋସିଏସନ (ଏସିଏ) ବାର୍ଷିକ ବୈଠକରେ...

ଅବସର ପରେ ମେଗା ଅକ୍ସନରେ ପାଦ ରଖିଲେ ଆଣ୍ଡରସନ, ୧୦ ବର୍ଷ ପୂର୍ବରୁ ଖେଳିଥିଲେ ଶେଷ ଟି-୨୦ ମ୍ୟାଚ

ନୂଆଦିଲ୍ଲୀ,୬।୧: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଇପିଏଲ ୨୨୫ ପାଇଁ ମେଗା ନିଲାମରେ ନିଜକୁ ପଞ୍ଜୀକୃତ କରିଛନ୍ତି। ୪୨ବର୍ଷିୟ ଆଣ୍ଡରସନ ତାଙ୍କର ପ୍ରଥମ...

ପ୍ରଥମ ଥର ପାଇଁ ଆଇପିଏଲ ନିଲାମରେ ରେଜିଷ୍ଟର କଲେ ଇଟାଲୀୟ ଖେଳାଳି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୬।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ମେଗା ନିଲାମ ତାରିଖ ପାଇଁ ଅପେକ୍ଷା ସମାପ୍ତ ହୋଇଛି । ଏହି ମେଗା ନିଲାମ ୨୪ ଏବଂ...

କୋହଲିଙ୍କ ଜନ୍ମଦିନରେ ବାବର ଆଜମ କଲେ ଏଭଳି କାମ, ପାକିସ୍ତାନ ପ୍ରଶଂସକ କରୁଛନ୍ତି ସଲାମ..

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ଅର୍ଥାତ ନଭେମ୍ବର ୫ରେ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ସହ ନିଜର...

କୋହଲିଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଅନୁଷ୍କା

ଲଣ୍ଡନ,୫।୧୧: ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡଠାରୁ ଭାରତୀୟ କ୍ରିକେଟ ଦଳ ଲଜ୍ଜାଜନକ ୩-୦ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ଟିମ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri