Categories: ଖେଳ

ରୋହିତ ଶର୍ମା ନୁହେଁ ପାଣ୍ଡ୍ୟ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ: ଶ୍ରୀକାନ୍ତଙ୍କ ଦାବି

ମୁମ୍ବାଇ,୨୬।୧୧: ପ୍ରାୟ ୨ ବର୍ଷ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଦେଖିବାକୁ ମିଳିବ। ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ ପାଇନାହିଁ। ଯଦି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ, ତେବେ ସେ ରୋହିତ ଶର୍ମାଙ୍କ ସ୍ଥାନରେ ଦଳର ଅଧିନାୟକ ହେବେ କି? ଏହି ପ୍ରଶ୍ନର ପୂର୍ବତନ ଭାରତୀୟ କ୍ରିକେଟର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ ଜବାବ ଦେଇଛନ୍ତି।
ଶ୍ରୀକାନ୍ତ କହିଛନ୍ତି,ଯଦି ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ତେବେ ସେ ଅଧିନାୟକ ହେବେ। ପାଣ୍ଡ୍ୟା ଅଧିନାୟକ ହେଲେ ରୋହିତ ଶର୍ମାଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏହାର ଅଧିନାୟକଙ୍କ ପରିବର୍ତ୍ତନ ପ୍ରକ୍ରିୟାକୁ ସହଜରେ ପୂରଣ କରିବାକୁ ସକ୍ଷମ ହେବ।  ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ବହୁତ ସମନ୍ବୟ ରହିଛି। ନିଶ୍ଚିତ ଭାବରେ ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ଦେଖିବାକୁ ଚାହାଁନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଆଇପିଏଲ କ୍ୟାରିୟର ମୁମ୍ବାଇ ଇଣ୍ଡିଆନ୍ସ ସହିତ ଆରମ୍ଭ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଆଇପିଏଲ ୨୦୧୫ରେ ଖେଳିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ୨୦୨୨ ପର୍ଯ୍ୟନ୍ତ ଖେଳିବା ଜାରି ରଖିଥିଲେ। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ମେଗା ନିଲାମ ୨୦୨୩ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଜାୟ ରଖି ନ ଥିଲା। ଏହା ପରେ ସେ ଗୁଜରାଟ ଟାଇଟାନ୍ସର ଏକ ଅଂଶ ହୋଇଗଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୩ ଟାଇଟଲ ଜିତିଥିଲା। ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୩ରେ ରନର୍‌ ଅପ ହୋଇଥିଲା।

Share