Categories: ଫୁରସତ

ଉତ୍ତରାଖଣ୍ଡର ‘ପନୀର’ ଗାଁ: ନାମକରଣ ପଛରେ ରହିଛି ଏଭଳି…

ମସୁରୀ: ଅନେକ ଗ୍ରାମ ରହିଛି ଯାହା ନିଜର ଅଜବ ନାମକୁ ନେଇ ଖ୍ୟାତ। ସେଭଳି ଏକ ଗ୍ରାମ ହେଉଛି ଉତ୍ତରାଖଣ୍ଡ ମସୁରୀ ନିକଟସ୍ଥ ରୌତୁ ଗ୍ରାମ। ଲୋକଙ୍କ ଜୀବିକାକୁ ନେଇ ଏହାର ନାମକରଣ ହୋଇଛି। ପନୀର ଭିଲେଜ୍‌(ଗାଁ) ଭାବେ ଲୋକେ ଏହାକୁ ଚିହ୍ନନ୍ତି। କାରଣ ଏହି ଗ୍ରାମର ବାସିନ୍ଦା ପନୀର ବ୍ୟବସାୟ ସହ ଜଡ଼ିତ। ଭଲ ରୋଜଗାର ହେଉଥିବାରୁ ଏଥିପ୍ରତି ଗ୍ରାମବାସୀଙ୍କ ଉତ୍ସାହ ବଢ଼ୁଛି। କେବଳ ଟିହରୀ, ଉତ୍ତରକାଶୀ ନୁହେଁ ବରଂ ଡେରାଡୁନ୍‌, ମସୁରୀ ଏବଂ ଦିଲ୍ଲୀ ଯାଏ ଏହି ଗ୍ରାମରୁ ଆସୁଥିବା ପନୀରର ଚାହିଦା ରହିଛି।

ରୌତୁ ଗ୍ରାମବାସୀ ବିଶେଷଭାବେ କୃଷକ ସମ୍ପ୍ରଦାୟର। ପୂର୍ବରୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେଠାକାର ଅଧିକାଂଶ ଯୁବକ ବାହାର ରାଜ୍ୟକୁ ଚାଲିଯାଉଥିଲେ। ହେଲେ ଏବେ ସେମାନେ ପନୀରକୁ ବେଉଷା ଭାବେ ଗ୍ରହଣ କରିଛନ୍ତି। ଏଠାରେ ପାରମ୍ପରିକ ପଦ୍ଧତିରେ ପନୀର ପ୍ରସ୍ତୁତ ହେଉଥିବାରୁ ଏହାର ଚାହିଦା ରହିଛି। ପ୍ରଥମେ ଗ୍ରାମର ୩୫ରୁ ୪୦ ପରିବାର ପନୀର ପ୍ରସ୍ତୁତ କରୁଥିବା ବେଳେ ଏବେ ପ୍ରାୟ ସମସ୍ତେ ଏହାକୁ ବେଉସା ଭାବେ ଆପଣାଇଛନ୍ତି।

Share