ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡର ପୂର୍ବ ବାମହାତୀ ସ୍ପିନର ମୋନ୍ଟି ପନେସର କେନ୍ ଓ୍ବିଲିୟମସନଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଯଦି କେନ୍ ଭାରତୀୟ ହୋଇଥାନ୍ତେ ତେବେ ସେ ଅଜିଙ୍କ୍ୟ ରାହାନେଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ ବୋଲି ସେ କହିଛନ୍ତି।
ପନେସର କହିଛନ୍ତି, କେନ୍ ବେଶ ଶାନ୍ତ ବ୍ୟାଟ୍ସମ୍ୟାନ। ସେ ରାହାନେଙ୍କ ଭଳି ଭୂମିକା ନିର୍ବାହ କରନ୍ତି। ଏକଦିବସୀୟ କ୍ରିକେଟରେ କୋହଲିଙ୍କ ଦବ୍ଦବା ରହିଛି, ହେଲେ କେନ୍ ତିନୋଟିଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି। ଉଭୟ କ୍ରିକେଟର ଦଳକୁ ଅସୁବିଧାରୁ ମୁକୁଳାଇପାରିଥାନ୍ତି। ଯଦି ସୀମିତ ଓଭର କ୍ରିକେଟ ଦେଖାଯାଏ ତେବେ କୋହଲି ଲକ୍ଷ୍ୟକୁ ପିଛା କରିବାରେ ସର୍ବଶ୍ରେଷ୍ଠ। ଓ୍ବିଲିୟମସନଙ୍କ ଖେଳକୁ ଯଦି ଦେଖାଯାଏ ତେବେ ସେ ରୋହିତ ଶର୍ମାଙ୍କଠାରୁ ଉଚ୍ଚରେ ଏବଂ କୋହଲିଙ୍କଠାରୁ ସାମାନ୍ୟ କମ୍ରେ ରହିବେ ବୋଲି ସେ କହିଛନ୍ତି।