Categories: ଖେଳ

ଇତିହାସ ରଚିଲେ ପଙ୍ଘାଲ

ଅମାନ (ଜୋର୍ଡାନ), ୧୯ା୮ (ପି.ଟି.): ଅନ୍ତିମ ପଙ୍ଘାଲ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭାବେ ପଛକୁ ପଛ ୨୦ ବର୍ଷରୁ କମ୍‌ ବିଶ୍ୱ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଜୁନିୟର କୁସ୍ତି ଚାମ୍ପିୟନଶିପରେ ସେ ୫୩ କେଜି ଶ୍ରେଣୀରେ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। କେବଳ ପଙ୍ଘାଲ ନୁହଁନ୍ତି ସବିତା (୬୨କେଜି) ମଧ୍ୟ ବିଶ୍ୱ ଚାମ୍ପିୟନ ହୋଇପାରିଛନ୍ତି। ଖେଳର ଇତିହାସରେ ଏକ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ଟିମ୍‌ ପ୍ରଥମ ଥର ଟାଇଟଲ ବିଜୟୀ ହୋଇଛି। ଗୁରୁବାର ପ୍ରିୟା ମଲିକ ୭୬କେଜି ଶ୍ରେଣୀରେ ଟାଇଟଲ ବିଜୟୀ ହୋଇଛନ୍ତି। ଭାରତୀୟ ରେସ୍‌ଲିଂ ପାଇଁ ଏହା ଏକ ଖୁସିର ଖବର ଯେ, ଦେଶର ୭ଜଣ କୁସ୍ତିଯୋଦ୍ଧା ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ତିନୋଟି ସ୍ବର୍ଣ୍ଣ ବ୍ୟତୀତ ଅନ୍ତିମ କୁଣ୍ଡୁ (୬୫କେଜି) ଗୋଟିଏ ରୌପ୍ୟ ଏବଂ ରୀନା (୫୭କେଜି), ଆର୍‌ଜୁ (୬୮କେଜି) ଏବଂ ହର୍ଶିତା (୭୨କେଜି) ତିନୋଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ହରିୟାଣାର ହିସାର ବାସିନ୍ଦା ପଙ୍ଘାଲ ତାଙ୍କ ୟୁକ୍ରେନିଆନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪-୦ରେ ହରାଇ ଦେଇଛନ୍ତି।

Share