ବିକ୍ରି ପାଇଁ ଆସିଥିଲା ବଜ୍ରକାପ୍ତା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ସାତକୋଶିଆ ମହୁଲଦିଆ ଅଞ୍ଚଳରୁ ଗୁରୁବାର ଜୀବନ୍ତ ଅବସ୍ଥାରେ ଏକ ବଜ୍ରକାପ୍ତା ଜବତ କରାଯାଇଛି । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ଏହି ବଜ୍ରକାପ୍ତାକୁ ଜବତ କରିଥିଲେ।

ଏପରି କି ଏସ୍‌ଟିଏଫ୍‌ ଟିମ୍‌ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ବ୍ୟବସାୟୀ ଜଣଙ୍କ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ନୀଳମଣି ଦେହୁରୀ। ବିକ୍ରି ଉଦେଶ୍ୟରେ ନୀଳମଣୀ ବଜ୍ରକାପ୍ତାକୁ ମହୁଲଦିଆ ଅଞ୍ଚଳକୁ ଆଣିଥିବା ଜଣାପଡିଛି। ବଜ୍ରକାପ୍ତାକୁ କରଞ୍ଜିଆ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯାଇଛି।

 

Share