ଶେୟାର ବଜାରରେ ହାହାକାର: ୫ଦିନରେ ନିବେଶକ ହରାଇଲେଣି ୧୦ଲକ୍ଷ କୋଟି

ନୂଆଦିଲ୍ଲୀ,୩୧।୫: ଶେୟାର ବଜାରରେ କ୍ରମାଗତ ୫ଦିନ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବା ଷ୍ଟକ୍‌ ମାକେର୍ଟ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୨୦ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୪୧୦ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ବୁଧବାର କାରବାର ଶେଷରେ ବଜାର ପୁଞ୍ଜି ୪୧୫.୧୦ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪.୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୧୦.୪୦ ଲକ୍ଷ କୋଟିରେ ରହିଛି। ବିଶେଷକରି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ୩୦ ବିଶିଷ୍ଟ ଶେୟାର ସର୍ବାଧିକ କ୍ଷତି ସହିଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି ୫୦ର ନିବେଶକମାନେ ମଧ୍ୟ ବ୍ୟାପକ ଭାବେ ନିବେଶ ହରାଇଛନ୍ତି।
ସାଧାରଣ ନିର୍ବାଚନର ସମ୍ଭାବ୍ୟ ଫଳାଫଳକୁ ନେଇ ଆଶଙ୍କାରେ ଥିବା ବିଦେଶୀ ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହର କରୁଥିବାବେଳେ ଷ୍ଟକ୍‌ ମାକେର୍ଟର କାରବାର ହ୍ରାସ ପାଇଛି। ଏପରିକି ଗୁରୁବାର ଶେୟାର ବଜାରର କାରବାର ଶେଷ ସୁଦ୍ଧା ବିଏସ୍‌ଇ ସେନ୍‌ସେକ୍ସ ୬୧୭.୩୦ ପଏଣ୍ଟ ବା ୦.୮୩% ହ୍ରାସ ପାଇ ୭୩,୮୮୬(୭୩,୮୮୫.୬୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିପରି ନିଫ୍ଟି୫୦ ସହ ୨୧୬.୦୫ ପଏଣ୍ଟ ବା ୦.୯୫% ହ୍ରାସ ପାଇ ୨୨, ୪୮୯ ଅଙ୍କରେ ପହଞ୍ଚତ୍ଛି।
ସେହିପରି ବିଏସ୍‌ଇ ସ୍ମଲ୍‌କ୍ୟାପ୍‌ ୧.୨୧% ଏବଂ ବିଏସ୍‌ଇ ମିଡ୍‌କ୍ୟାପ୍‌ ୧.୩୩% ହ୍ରାସ ପାଇଥିବାବେଳେ ନିଫ୍ଟି ମିଡ୍‌କ୍ୟାପ୍‌ ୧.୩୪% ଏବଂ ନିଫ୍ଟି ସ୍ମଲ୍‌କ୍ୟାପ୍‌ ୧.୪୧% ହ୍ରାସ ପାଇଛି। ଅନ୍ୟପକ୍ଷରେ ନିଫ୍ଟି ବ୍ୟାଙ୍କିଙ୍ଗ୍‌ ୦.୩୭% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ତଃରାଷ୍ଟ୍ରୀୟ ସମସ୍ୟା ସାଙ୍ଗକୁ ଘରୋଇ ବଜାରରେ ସାଧାରଣ ନିର୍ବାଚନ-୨୦୨୪ର ପ୍ରଭାବ ଶେୟାର ବଜାରର କାରବାରକୁ ପ୍ରଭାବିତ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri