ପୁଣି ନରଭକ୍ଷୀ ଫେରିବା ନେଇ ଆତଙ୍କ: ଆମେରିକାରେ ଡାଇନୋସର ପାଦଚିହ୍ନ…

ଓ୍ବାଶିଂଟନ,୬।୯ : ହ୍‌ପୃଥିବୀରେ ଅନେକ ଥର ଡାଇନୋସରର ପ୍ରମାଣ ମିଳିଛି। କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଦେଇଥିଲା, ଯେତେବେଳେ ଏଠାରେ ଏକ ଶୁଖିଲା ନଦୀ ଅବବାହିକାରେ ୭୦ରୁ ଅଧିକ ଡାଇନୋସର ପାଦଚିହ୍ନ ଦେଖିବାକୁ ମିଳିଥିଲା। ଏହି ଦାଗଗୁଡ଼ିକ ବହୁତ ବଡ଼ ଏବଂ ଭୟଙ୍କର ଦେଖାଯାଉଥିଲା। ବିଶେଷଜ୍ଞ ଏବଂ ପ୍ରତ୍ନତତ୍ତ୍ୱବିତ୍ମାନେ ତୁରନ୍ତ ଏହାର ଏକ ଚିତ୍ର ଉଠାଇଥିଲେ। ଏନେଇ ଅନୁସନ୍ଧାନ ଆରମ୍ଭ ହୋଇଥିଲା।

ଡାଇନୋସର ଭ୍ୟାଲି ଷ୍ଟେଟ ପାର୍କ ଟେକ୍ସାସର ଡାଲାସ ଠାରୁ ପ୍ରାୟ ୯୦ ମିନିଟ ଦୂରରେ ଅବସ୍ଥିତ, ଯେଉଁଠାରେ ପ୍ରବାହିତ ପାଲକ୍ସି ନଦୀ ପ୍ରାୟତଃ ଡାଇନୋସର ସହିତ ଜଡିତ ଆକର୍ଷଣର କେନ୍ଦ୍ର ଅଟେ। ଗତ ବର୍ଷ ମଧ୍ୟ ଅଗଷ୍ଟ ମାସରେ, ମରୁଡ଼ି ପରେ ପ୍ରାୟ ୬୦ ଟି ଡାଇନୋସର ପାଦଚିହ୍ନ ଦେଖିବାକୁ ମିଳିଥିଲା ।

କିନ୍ତୁ ବର୍ତ୍ତମାନ ଏହି ପାଦଚିହ୍ନ ବୃଦ୍ଧି ପାଇଛି। ଏଥର, ୬୦ ବଦଳରେ ୭୦ ରୁ ଅଧିକ ନୂତନ ପାଦଚିହ୍ନ ମିଳିଛି। ଏହି ପାଦଚିହ୍ନଗୁଡିକ ବହୁତ ବଡ ଏବଂ ପ୍ରଶସ୍ତ। ଏହା ଅନୁମାନ କରାଯାଉଛି ପାଦଚିହ୍ନ ନିଶ୍ଚିତ ଭାବରେ କିଛି ଭୟଙ୍କର ଡାଇନୋସରଙ୍କର ଅଟେ। ଘଟଣାସ୍ଥଳରେ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ପାଲାକ୍ସି ନଦୀରେ ଦୁଇଟି ଭିନ୍ନ ଭିନ୍ନ ଡାଇନୋସର ପ୍ରଜାତିର ପାଦଚିହ୍ନ ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଆକ୍ରୋକାନଥୋସରସ ଏବଂ ଦ୍ୱିତୀୟଟି ହେଉଛି ସୌରୋପୋଜିଡନ।

ଆକ୍ରୋକାନଥୋସରସ ଏକ କାର୍ନିଭୋରସ ଥେରୋପୋଡ, ଯାହାର ଉଚ୍ଚତା ପ୍ରାୟ ୧୫ ଫୁଟ । ଏହାର ଓଜନ ପ୍ରାୟ ୭ ଟନ । ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି ଥେରୋପୋଡ ସାଧାରଣତଃ ତିନି ଆଙ୍ଗୁଠି ବିଶିଷ୍ଟ ଡାଇନୋସର। ତେଣୁ ଆକ୍ରୋକାନଥୋସରସର ପୁନରୁଦ୍ଧାର ପାଦଚିହ୍ନ ମଧ୍ୟ ତିନି ଆଙ୍ଗୁଠିର ରହିଛି।

ସେଠାରୁ ମିଳିଥିବା ଦ୍ୱିତୀୟ ପାଦଚିହ୍ନ ହେଉଛି ଦୌରୋପୋଡର, ଯାହା ସୌରୋପୋଜିଡନ ଭାବରେ ମଧ୍ୟ ଜରାଶୁଣା। ଏହା ଏକ ଶାକାହାରୀ, କିନ୍ତୁ ବ୍ରଣ୍ଟୋସରସ ପରି ଏକ ଲମ୍ବା ବେକ ଡାଇନୋସର। ଏହା ବହୁତ ବଡ, ଯାହାର ଉଚ୍ଚତା ୧୦୦ ଫୁଟରୁ ଅଧିକ। ଯେତେବେଳେ କି ସୌରୋପୋଜଡନର ଓଜନ ପ୍ରାୟ ୪୪ ଟନ।
ଏଭଳି ପରିସ୍ଥିତିରେ ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ପୋଷ୍ଟକୁ ଅଧିକରୁ ଅଧିକ ଶେୟାର କରୁଛନ୍ତି। କିଛି ଲୋକ ଦାବି କରିଛନ୍ତି ଡାଇନୋସରର ବଢୁଥିବା ପାଦଚିହ୍ନ ହେଉଛି ପ୍ରମାଣ ଡାଇନୋସରମାନେ ପୁନର୍ବାର ବିଶ୍ୱକୁ ଫେରୁଛନ୍ତି।

Share