ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଆତଙ୍କ ଖେଳାଉଥିବା କୁମ୍ଭୀର

ରୂପସା,୧୩।୧୧( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସିଂଲା ଥାନା ଅଧୀନ ଡୁବୁଡୁବି ନଦୀ ମହାପଦା ପୋଲ ନିକଟରୁ ସୋମବାର ଏକ ୪ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି l ଅନ୍ୟପକ୍ଷେ ନଦୀରେ ରହିଥିବା ଅନ୍ୟ କୁମ୍ଭୀରକୁ ଧରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଭିଯୋଗ କରି ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ନଦୀରେ ଦୀର୍ଘ ଏକ ମାସ ଧରି କୁମ୍ଭୀର ଆତଙ୍କ ଖେଳାଉଛନ୍ତି। ଯାହା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ନଦୀକୁ ଯାଉ ନାହାନ୍ତି। ଅନ୍ୟପକ୍ଷେ ଉଦ୍ଧାର ହୋଇଥିବା କୁମ୍ଭୀରଟି ଛେଳି ଏବଂ କେତେକ ଗୋରୁଙ୍କୁ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏ ନେଇ ଅଞ୍ଚଳବାସୀ ବାରମ୍ବାର ବନବିଭାଗକୁ ଖବର ଦେଇଛନ୍ତି। ହେଲେ ବନବିଭାଗ ପହଞ୍ଚି ନ ଥିବା ବେଳେ କୁମ୍ଭୀର ଧରିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାର୍ଯ୍ୟନୁଷ୍ଠାନ ନିଆଯାଇ ନ ଥିବା ଗ୍ରାମବାସୀ କହିଛନ୍ତି। ନଦୀରେ ଏବେବି ଦୁଇରୁ ତିନୋଟି କୁମ୍ଭୀର ବୁଲୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସୋମବାର ଏକ କୁମ୍ଭୀର ଜାଲରେ ପଡିଥିବା ନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ l ହେଲେ ଉଦ୍ଧାର ହେବାର କିଛି ସମୟ ପରେ କୁମ୍ଭୀରଟିର ମୃତ୍ୟୁ ଘଟିଥିଲା। ବନ ବିଭାଗ କର୍ମଚାରୀ ପହଞ୍ଚି ମୃତ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଥିବା ଜଣାପଡିଛି। ଏନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।

Share