ଅମିତାଭଙ୍କ ଏକ ଟୁଇଟ୍‌ ବଦଳାଇଦେଲା ୮ ବର୍ଷ ଝିଅର ଭାଗ୍ୟ

କୁହାଯାଏ, ପ୍ରତିଭା ଥିଲେ ତାହା ଆପେ ଆପେ ଲୋକ ଲୋଚନକୁ ଆସିଯାଏ। କୌଣସି ବିଧା ବିଘ୍ନ ତାହାକୁ ରୋକିପାରି ନ ଥାଏ। ଏମିତି କିଛି ଘଟିଛି ଜଣେ ୮ ବର୍ଷର ଝିଅ କ୍ଷେତ୍ରରେ। ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ତାଙ୍କର ଏକ ଭିଡିଓ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିବା ପରେ ତାଙ୍କ ଭାଗ୍ୟ ବଦଳିଯାଇଛି। ରାତାରାତି ସେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି।
ପାନିପତର ୮ ବର୍ଷର ଝିଅ ଜାନଭୀ ବଟଲାଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ନିଜ ଫେସବୁକ୍‌, ଟୁଇଟର ଏବଂ ଇନ୍‌ଷ୍ଟଗ୍ରାମ୍‌ ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି। ଏଥିସହ ସେ ଭିଡିଓରେ କମେଣ୍ଟ ଦେଇଛନ୍ତି।
ଏ ନେଇ ଜାନଭୀଙ୍କ ମା’ବାପା କୁହନ୍ତି, ମାତ୍ର ୫ ବର୍ଷ ବୟସରେ ସେ ପାନିପତରେ ଆୟୋଜିତ ଏକ ନୃତ ପ୍ରତିଯୋଗିତା ‘ବେଟି ମୋରୀ ସୁପରଷ୍ଟାର’ରେ ଅଂଶଗ୍ରହଣ କରିଥିଲେ। ଏଥିରେ ତାଙ୍କ ନୃତ୍ୟକୁ ଲୋକମାନେ ବହୁତ ପ୍ରସନ୍ଦ କରିଥିଲେ। ଏହା ପରେ ସେ ନୃତ୍ୟ ଶିଖିବା ଆରମ୍ଭ କଲେ। ୨୦୧୯ ଡିସେମ୍ବରରେ ଚଣ୍ଡିଗଡ଼ରେ ଆୟୋଯିତ ‘ଇଣ୍ଡିଆ ନେକ୍ସ ମାଷ୍ଟର କିଡ୍‌ସ’ରେ ଅନ୍‌ଲାଇନ୍‌ରେ ଅଂଶଗ୍ରହଣ କଲେ। ଏଥିରେ ସେ ସେମି ଫାଇନାଲକୁ ନ ଯାଇ ସିଧାସଳଖ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ। ଏହାର ଭାଇନାଲ ଆଗାମୀ ନଭେମ୍ବର ୮ରେ ଆୟୋଜିତ ହେବ। ଘରେ କରାଯାଉଥିବା ଜାନ୍‌ଭୀଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ପଞ୍ଜାମୀ ଗାୟକ ମିସ୍‌ ପୂଜା ଏବଂ ଶେରା ବାଜଓ୍ବା ମଧ୍ୟ ଏହାକୁ ପସନ୍ଦ କରିଛନ୍ତି।
ଜାନଭୀଙ୍କ ମା’ କୁହନ୍ତି, ଅମିତାଭ ବଚ୍ଚନଙ୍କ ଆକାଉଣ୍ଟରେ ଝିଅର ଭିଡିଓ ଦେଖିବା ପରେ ଆମକୁ ବହୁତ ଖୁସି ଲାଗୁଛି। ଅମିତାଭ ବଚ୍ଚନ ଆମ ଝିଅର ନାଁକୁ ବହୁତ ଉପରକୁ ନେଇଛନ୍ତି ବୋଲି ସେ କହିଛନ୍ତି।

Share