ଗୁପ୍ଚୁପ୍ ଏଟିଏମ୍। ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଟିଏମ୍ରୁ ବାହାରୁ ଗୁପ୍ଚୁପ୍। ତାହା ସହ ଖଟା ପାଣି ଆଉ ମିଠା ଚଟନୀ ମଧ୍ୟ ବାହାରୁଛି। ସୋସିଆଲ୍ ମିଡିଆରେ ଏହି ଗୁପ୍ଚୁପ୍ ମେଶିନ୍ର ଭିଡିଓ ଭାଇରାଲ ହୋଇଛି। ଲୋକେ ଏମିତି ଆବିଷ୍କାରକୁ ପ୍ରଶଂସା କରିଛନ୍ତି। କରୋନା ସଙ୍କଟବେଳେ କାହା ସମ୍ପର୍କରେ ନ ଆସି ମଧ୍ୟ ଲୋକେ ଗୁପ୍ଚୁପ୍ର ମଜା ଉଠାଇପାରିବେ। ଜଣେ ଟୁଇଟର୍ ୟୁଜର ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ଗୁପ୍ଚୁପ୍ ମେଶିନ୍ ବାବଦରେ କହୁଛନ୍ତି। ଗୁପ୍ଚୁପ୍ ମେଶିନ୍ ଏଟିଏମ୍ ଭଳି କାମ କରେ। ଏହାକୁ ନିର୍ମାଣ କରିବା ପାଇଁ ୬ ମାସ ସମୟ ଲାଗିଛି। ପ୍ରଥମେ ମେଶିନ୍ରେ ଥିବା ଷ୍ଟାର୍ଟ ବଟମ୍ ମରାଯିବ। ଏହାପରେ ଆପଣଙ୍କୁ କେତେ ଟଙ୍କା ଗୁପ୍ଚୁପ୍ ଖାଇବେ ତାହା ଚୟନ କରିବେ। ସେତିକି ଟଙ୍କା ଦେଲେ ଗୋଟିଏ ପରେ ଗୋଟିଏ ଗୁପ୍ଚୁପ୍ ମେଶିନ୍ରୁ ବାହାରିବ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।