ପନିର ପକୋଡ଼ା

ଆବଶ୍ୟକ ସାମଗ୍ରୀ-
ପନିର- ୨୦୦ ଗ୍ରାମ୍‌, ଧଳା ରାଶି- ୪ ବଡ଼ ଚାମଚ, ମଇଦା- ୪ ବଡ଼ ଚାମଚ, ରସୁଣ- ୫-୭ଟି, ଅଦା- ଛୋଟ ଖଣ୍ଡ, କଞ୍ଚାଲଙ୍କା- ୨ଟି, ଗରମ ମସଲା ଗୁଣ୍ଡ- ୧ ଚାମଚ, ଚାଟ ମସଲା ଗୁଣ୍ଡ- ୧ ଚାମଚ, ବ୍ରେଡ ଖଣ୍ଡ- ୧ କପ୍‌, ଚାଉଳ ଗୁଣ୍ଡ- ୨ ବଡ଼ ଚାମଚ, ସ୍ବାଦ ଅନୁସାରେ ଲୁଣ ଓ ଲଙ୍କାଗୁଣ୍ଡ, ଆବଶ୍ୟକ ଅନୁସାରେ ତେଲ।
ପ୍ରସ୍ତୁତି ପ୍ରଳାଣୀ-
ପ୍ରଥମେ ପନିରକୁ ବଡ଼ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ। ରସୁଣ ଓ ଅଦାକୁ ମଧ୍ୟ ଛୋଟ ଛୋଟ କରି କାଟି ରଖନ୍ତୁ। ମଇଦାରେ ଲୁଣ ଏବଂ ଅନ୍ୟ ସମସ୍ତ ପ୍ରକାରର ମସଲା ଗୁଣ୍ଡକୁ ମିଶାଇ ଏକ ଘୋଳ ତିଆରି କରି ଦିଅନ୍ତୁ। ଘୋଳକୁ ବେଶି ପତଳା କରନ୍ତୁ ନାହିଁ। ପନିର ଖଣ୍ଡଗୁଡ଼ିକୁ ଏହି ଘୋଳରେ ପକାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଚାଉଳ ଗୁଣ୍ଡ, ବ୍ରେଡ ଖଣ୍ଡ ଏବଂ ଲୁଣକୁ ମିଶାଇ ରଖନ୍ତୁ। ଏବେ ପନିର ଖଣ୍ଡଗୁଡିକୁ ସେହି ଘୋଳରୁ ବାହାର କରି ଏହି ଶୁଖିଲା ମିଶ୍ରଣରେ ଗଡାଇ ତେଲରେ ଛାଣି ନିଅନ୍ତୁ। ବାଦାମୀ ରଙ୍ଗ ହେଲା ପରେ ଛାଣି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନିର ପକୋଡା। ଏହାକୁ ଗରମ ଗରମ ସସ୍‌ ସହିତ ଖାଆନ୍ତୁ।