ନୂଆଦିଲ୍ଲୀ,୧୮।୧(ପି.ଟି.): ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂଙ୍କୁ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍ଏସ୍ଏ) ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚ୍ର ରାଜସ୍ଥାନ କ୍ୟାଡରର ଏହି ଆଇପିଏସ୍ ଅଫିସର ଏହି ପଦବୀରେ ୨ ବର୍ଷ ରହିବେ। ସେ ଗତ ଡିସେମ୍ବର ୩୧ରେ ବିଏସ୍ଏଫ୍ ମୁଖ୍ୟ ପଦରୁ ଅବସର ନେଇଥିଲେ। ତାଙ୍କ ବାପା ପ୍ରକାଶ ସିଂ ମଧ୍ୟ ୧୯୯୩ ଜୁନ୍ରୁ ୧୯୯୪ ଜାନୁୟାରୀ ପର୍ଯ୍ୟନ୍ତ ବିଏସ୍ଏଫ୍ ଡିଜି ରହିଥିଲେ। ଦେଶର ପୋଲିସ ସଂସ୍କାରରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା।