‘ମେଁ ଅଟଳ ହୁଁ’ର ପ୍ରଥମ ପୋଷ୍ଟର ରିଲିଜ୍‌

ସମଗ୍ର ଦେଶ ୨୫ ଡିସେମ୍ବର ଅର୍ଥାତ୍‌ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ତାଙ୍କ ବାୟୋପିକ୍‌ ‘ମେଁ ଅଟଳ ହୁଁ’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ। ଅଭିନେତା ପଙ୍କଜ ତ୍ରିପାଠୀ ଏପରି ଜଣେ କଳାକାର ଯିଏ ପ୍ରତ୍ୟେକ ଚରିତ୍ରକୁ ବାସ୍ତବତାର ରୂପ ଦିଅନ୍ତି। ଫିଲ୍ମରେ ତାଙ୍କର ପ୍ରଥମ ଲୁକ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।
ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ଏକ ବର୍ଷ ଅପେକ୍ଷା କରିବାକୁ ପଡିବ। ଏହି ଫିଲ୍ମ ଆସନ୍ତା ବର୍ଷ ଶେଷରେ ଅର୍ଥାତ୍‌ ୨୦୨୩ରେ ମୁକ୍ତିଲାଭ କରିବ। ଫିଲ୍ମରେ ନିଜ ଲୁକ ପଙ୍କଜ ତ୍ରିପାଠୀ ଲେଖିଛନ୍ତି, ମୁଁ ଜାଣେ ଯେ ଅଟଳ ଜୀଙ୍କର ବ୍ୟକ୍ତିତ୍ୱକୁ ପରଦାରେ ପରିଣତ କରିବା ପାଇଁ ମୁଁ ମୋର ବ୍ୟକ୍ତିତ୍ୱ ଉପରେ ସଂଯମତା ସହିତ କାର୍ଯ୍ୟ କରିବା ଆବଶ୍ୟକ। ମୋର ଦୃଢ ବିଶ୍ୱାସ ଅଛି ଯେ ଉତ୍ସାହ ଏବଂ ମନୋବଳ ଆଧାରରେ ମୁଁ ମୋର ନୂତନ ଭୂମିକାକୁ ନ୍ୟାୟ ଦେବାରେ ସକ୍ଷମ ହେବି।
ଏହି ଫିଲ୍ମଟି ମରାଠୀ ସିନେମାର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ରବି ଯାଦବଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।

Share