ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ: ‘ଓଏମ୍‌ଜି-୨’ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପା ବନାରସ ତ୍ରିପାଠୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ବାପାଙ୍କ ମୃତ୍ୟୁକୁ ନେଇ ଅଭିନେତା ଭାଙ୍ଗିପଡିଛନ୍ତି। ବିହାରର ପୈତୃକ ଗାଁ ବଲସଣ୍ଡରେ ଅଭିନେତାଙ୍କ ବାପା ବନାରସ ତ୍ରିପାଠୀଙ୍କ ନିଧନ ହୋଇଛି। ପଙ୍କଜ ତ୍ରିପାଠୀଙ୍କ ବାପା ଏକ ବୟସ ସମ୍ବନ୍ଧୀୟ ରୋଗ ସହ ଲଢୁଥିଲେ। ତେବେ ବର୍ତ୍ତମାନ ଅଭିନେତାଙ୍କ ବାପାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ଏଥି ସହିତ ପଙ୍କଜ ତ୍ରିପାଠୀ ବାପାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଗୋପାଳଗଞ୍ଜ ଅଭିମୁଖେ ଯାତ୍ରା କରିଛନ୍ତି।

Share