ଆଉ ଗାଳି ଦେବେନି ପଙ୍କଜ

ମୁମ୍ବାଇ: ପଙ୍କଜ ତ୍ରିପାଠୀ ଏବେ ଏକ ଜଣାଶୁଣା ଚେହେରା । ଏବେ ପର୍ଯ୍ୟନ୍ତ ସେ କିଛି ଚଳଚ୍ଚିତ୍ର ଓ ସୁପରହିଟ ୱେବ ସିରିଜରେ କାମ କରି ଦର୍ଶକଙ୍କ ନିକଟତର ହୋଇ ସାରିଛନ୍ତି । ବିଶେଷ ଭାବେ ତାଙ୍କୁ ୱେବ ସିରିଜ ମିର୍ଜାପୁରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା ।ଏଥିପାଇଁ ସେ ବେଶ ପରିଚିତ । ଏହାରି ମଧ୍ୟରେ ପଙ୍କଜ ନିଷ୍ପତ୍ତି ନେଇଛନ୍ତି । ସେ ଏବେ ତାଙ୍କ ଫିଲ୍ମ ଓ ଟେଲିଭିଜନ ଶୋ’ରେ ଅଭଦ୍ର ଭାଷାର ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ପଙ୍କଜ ଫିଲ୍ମ ଓ କିଛି ଶୋ’ରେ ବେଶ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି । ଯାହାକୁ ନେଇ ସେ ଦର୍ଶକଙ୍କ ପାଖରେ ବେଶ ପରିଚିତ । ପଙ୍କଜ ୨୦୦୪ରେ ‘ରନ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ପୁଣି ୨୦୦୬ରେ ଫିଲ୍ମ ଓମକାରାରେ ଏକ ଭଲ ଭୂମିକାରେ ନଜର ଆସିଥିଲେ । ସେ କିଛି ଫିଲ୍ମ ଓ ଟେଲିଭିଜନ ଶୋ’ରେ ଭାଗ ନେଇଛନ୍ତି ।
ପଙ୍କଜ କନେକ୍ଟ ଏଫଏମ କାନାଡା ସହ ନିକଟରେ ଏକ ସାକ୍ଷାତ୍ କାରରେ କହିଥିଲେ ଯେ ଏବେ ସେ ଆଉ ସ୍କ୍ରିନରେ ଗାଳି ଦେବେନାହିଁ । ପଙ୍କଜ କହିଛନ୍ତି, ମୁଁ ସ୍ଥିର କରିଛ ଯେ କୌଣସି ଚରିତ୍ରରେ ଅଭିନୟ କରେ ନା କାହିଁକି ଆବଶ୍ୟକ ପଡିଲେ ମୁଁ ତାକୁ କ୍ରିଏଟିଭ ଭାବେ ଦେଖାଇବି ।

Share