Categories: ଜାତୀୟ

ପଙ୍କଜା ଦଳର, କିନ୍ତୁ ଦଳ ପଙ୍କଜାଙ୍କର ନୁହେଁ: ଭାଜପା…

ମୁମ୍ବାଇ,୩।୬ : ମହାରାଷ୍ଟ୍ର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାଲକଲେ ବିଧାୟକ ପଙ୍କଜା ମୁଣ୍ଡେଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ପଙ୍କଜା ଦଳର, କିନ୍ତୁ ଦଳ ପଙ୍କଜାଙ୍କର ନୁହେଁ। ପାର୍ଲି ବିଧାନସଭା ନିର୍ବାଚନରେ ପରାଜୟ ପରେ ଭାଜପାର ବରିଷ୍ଠ ନେତା ସ୍ବର୍ଗତ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ଦଳରୁ ଦୂରେଇ ରହିଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟର ସମ୍ପ୍ରସାରଣ ପରେ ସେ କହିଥିଲେ ବୋଧହୁଏ ସେ କ୍ୟାବିନେଟରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି।

ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଚନ୍ଦ୍ରଶେଖର କହିଛନ୍ତି ପଙ୍କଜା ମୁଣ୍ଡେଙ୍କ ରକ୍ତରେ ଭାଜପା ଅଛି। ସେ ଗୋପୀନାଥ ମୁଣ୍ଡେଙ୍କର ଉତ୍ତରାଧିକାରୀ। ପାର୍ଟିକୁ ମଜବୁତ କରିବା ପାଇଁ ସେ ଦିନରାତି କାମ କରିଛନ୍ତି। ଭାଜପା ଏକ ଖୋଲା ପ୍ରସ୍ତାବ ଦେଉଛି, ଯିଏ ଦଳରେ ଯୋଗଦେବାକୁ ଚାହୁଁଛନ୍ତି ସେ ତାହା କରିପାରିବେ। ତାଙ୍କୁ ଆମର ଆଦର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ। ଭାଜପା ହେଉଛି ଏକ ମହାସାଗର, ଯାହା ସମସ୍ତଙ୍କୁ ନିଜେ ଗ୍ରହଣ କରିଥାଏ ।

Share