Categories: ଜାତୀୟ

ଭାଜପାକୁ ଝଟ୍‌କା ଦେଇପାରନ୍ତି ପଙ୍କଜା: ଅମୋଲ ମିଟକରି

ମୁମ୍ବାଇ,୨୬।୬: ରାଜନୀତିର ଗଳି କନ୍ଦିରେ ଚର୍ଚ୍ଚା ହେଉଛି କି ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ନାମୀ ନେତା ପଙ୍କଜା ମୁଣ୍ଡେଙ୍କୁ ବାରମ୍ବାର ଅଣଦେଖା କରାଯାଉଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ନିଜର ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା କରୁଥିବା ବିଆରଏସ(ଭାରତ ରାଷ୍ଟ୍ର ସମିତି) ପଙ୍କଜାଙ୍କୁ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ପଦର ଅଫର ଦେଇଛି। ଏହାରି ଭିତରେ ଏନସିପି ପ୍ରବକ୍ତା ଅମୋଲ ମିଟକରି ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପଙ୍କଜା ମୁଣ୍ଡେ ଖୁବଶୀଘ୍ର ଏନସିପିରେ ଶାମିଲ ହେବାକୁ ଯାଉଛନ୍ତି। ମିଟକରି କହିଛନ୍ତି, ଭାଜପା ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖଣ ବାବନକୁଲେ ଏକଥା ଜଶାଣିଛନ୍ତି। ସେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ଏ ସମ୍ପର୍କିତ ଆଲୋଚନା କରିଛନ୍ତି।

ପଙ୍କଜା ମୁଣ୍ଡେଙ୍କୁ ଅସନ୍ତୋଷ ଏବଂ ବିଆରଏସ ଅଫର ବିଷୟରେ ପଚରାଗଲା, ଆମୋଲ ମିଟକରି କହିଛନ୍ତି, ’ଏକନାଥ ଖାଡସେ ପଙ୍କଜା ମୁଣ୍ଡେଙ୍କୁ ଭେଟିଥିଲେ। ସେହି ଦିନଠାରୁ ଯଦି ଆମେ ବିକାଶକୁ ଦେଖିବା, ତେବେ ପଙ୍କଜା ମୁଣ୍ଡେଙ୍କୁ ବହୁ ପରିମାଣରେ ଭାଜପା ଦ୍ୱାରା ଅପମାନିତ ହେବାକୁ ପଡିଛି। ସେଥିପାଇଁ ଆମେ ଅନୁମାନ କରୁଛୁ ଯେ ପଙ୍କଜା ମୁଣ୍ଡେ ଏନସିପିରେ ଯୋଗ ଦେଇ ପାରନ୍ତି। ପଙ୍କଜା ମୁଣ୍ଡେ ଗୋପୀନାଥ ମୁଣ୍ଡେଙ୍କ ଝି। ସେ ମହାରାଷ୍ଟ୍ରର ନେତୃତ୍ୱ। ସେଥିପାଇଁ ସମସ୍ତେ ଭାବୁଥିଲେ ଯେ ସେ ଆମ ପାର୍ଟିରେ ରହିବା ଉଚିତ। ସେଥିପାଇଁ ମୁଁ ମଧ୍ୟ ଅନୁଭବ କରୁଛି ଯେ ପଙ୍କଜା ଆମ ପାର୍ଟିରେ ରହିବା ଉଚିତ।

Share