ହ୍ବାଟ୍ସଆପ୍‌ରେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବ୍ଲକ୍‌ କରିଦେଇଥିଲେ ପନ୍ତ, କାରଣ ଜାଣିଲେ…

ବମ୍ବେ: ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ଯିବା ନୂଆ କଥା ନୁହେଁ। ସେଥିରୁ କିଛି ସତ ଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼େ। ସେଭଳି ଗୋଟିଏ ହେଲା ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ କାହାଣୀ। ୨୦୧୯ରେ ତାଙ୍କ ନାମ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ଯୋଡ଼ା ଯାଇଥିଲା। ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ କିଛି ଦିନ ପରେ ପୁନଃ ସେମାନେ ଅଲଗା ହୋଇ ଯାଇଥିବା କୁହାଯାଇଥିଲା। ଏହା କେତେ ସତ କେତେ ମିଛ, ତାହା ଏଯାବତ୍‌ ଜଣାପଡ଼ି ନ ଥିଲେ ହେଁ ସେତେବେଳେ ଅନେକଙ୍କୁ ଚକିତ କରିଦେଇଥିଲା।

ନିକଟରେ ଉର୍ବଶୀଙ୍କୁ ଜଣେ ପ୍ରଶଂସକ କେଉଁ କ୍ରିକେଟରଙ୍କୁ ପସନ୍ଦ କରନ୍ତି ବୋଲି ପଚାରିଥିଲେ। ଅଭିନେତ୍ରୀ ଜଣକ କ୍ରିକେଟ ଦେଖନ୍ତି ନାହିଁ ବୋଲି ପ୍ରତ୍ୟୁତ୍ତ କରିଥିଲେ। ଏପରିକି ସେ ହୃଦୟରୁ କେବଳ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ସମ୍ମାନ କରନ୍ତି ବୋଲି ରୋକଠୋକ୍‌ କହିଥିଲେ। ଏହା ଶୁଣି ପ୍ରଶଂସକ ଜଣଙ୍କ ନିରାଶ ହୋଇଥିଲେ।

ଯେତେବେଳେ ଉର୍ବଶୀଙ୍କ ସହ ସମ୍ପର୍କ ନେଇ ଚର୍ଚ୍ଚା ହେଉଥିଲା, ଖରାପ ସମୟ ଦେଇ ଗତି କରୁଥିଲେ ପନ୍ତ। ଏଥିରେ ସେ ବହୁତ ବିରକ୍ତି ଅନୁଭବ କରିଥିଲେ। ବାଧ୍ୟ ହୋଇ ସେ ଉର୍ବଶୀଙ୍କୁ ହ୍ବାଟ୍ସଆପ୍‌ରୁ ବ୍ଲକ୍‌ କରିବାକୁ ପଛାଇ ନ ଥିଲେ। ପରେ ସେ ନିଜର ପ୍ରେମିକାଙ୍କୁ ସର୍ବସମ୍ମୁଖକୁ ଆଣିଥିଲେ। ଶେଷରେ ପନ୍ତ ଉର୍ବଶୀ ନୁହେଁ, ବରଂ ଈଶା ନେଗିଙ୍କ ପ୍ରେମରେ ପଡ଼ିଥିବା ଜଣାପଡ଼ିଥିଲା।

ଏବେ ପନ୍ତ ଈଶାଙ୍କ ସହ ରିଲେସନଶିପ୍‌ରେ ଅଛନ୍ତି। ଦୁଇ ବର୍ଷ ପୂର୍ବେ ସେ ପ୍ରେମିକାଙ୍କ ସହ ଫଟୋ ଶେୟାର କରି ସମ୍ପର୍କ ଉପରେ ମୋହର ମାରିଥିଲେ।