Categories: ଖେଳ

ପଡ଼ିଆକୁ ଓହ୍ଲାଇଲେ ପନ୍ତ

ନୂଆଦିଲ୍ଲୀ,୯।୭: କାର ଦୁର୍ଘଟଣାରେ ଆହତ ହୋଇଥିବା ଟିମ ଇଣ୍ଡିଆର ଉଇକେଟ କିପର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ଏବେ ବେଙ୍ଗାଲୁରୁର ଏନସିଏ ଅଭ୍ୟାସ କରୁଛନ୍ତି। ଏହି ସମୟରେ ସେ ଦୁଲିପ ଟ୍ରଫିର ସେମିଫାଇନାଲ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ତାଙ୍କୁ ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଥିଲା।
ବିସିସିଆଇ ଅଧିକାରୀ ନିକଟରେ କହିଥିଲେ, ରିଷଭ ପନ୍ତଙ୍କ ଆଘାତରେ ସୁଧାର ଆସୁଛି। କିନ୍ତୁ ଉଇକେଟ କିପିଂ ପାଇଁ ଫିଟ ହେବା ପାଇଁ ତାଙ୍କୁ ୩ ମାସ କିମ୍ବା ୬ ମାସ ଲାଗିବ। ତାଙ୍କ ଅନୁପସ୍ଥିତିରେ, କେ.ଏସ ଭରତ ଖେଳିବାର ସୁଯୋଗ ପାଇଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ପ୍ରଭାବ ପକାଇବାରେ ବିଫଳ ହୋଇଛନ୍ତି।

Share