Categories: ଖେଳ

ରେକର୍ଡ ଅର୍ଦ୍ଧଶତକ ପରେ ଆଉଟ୍‌ ହେଲେ ପନ୍ତ

ବାଙ୍ଗାଲୋର,୧୩।୩: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଦ୍ରୁତତମ ଭାରତୀୟ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଇକେଟକିପର ବ୍ୟାଟର ଦ୍ୱିତୀୟ ଇନିଂସରେ ୨୮ ବଲରେ ୫୦ ରନ୍‌ ପୂରଣ କରିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ସାମିଲ ଥିଲା ୭ ଚୌକା ଓ ୨ ଛକା। କିନ୍ତୁ ଅର୍ଦ୍ଧଶତକ ପୂରଣ କରିବା ପରେ ପ୍ୟାଭିଲିଅନ ଫେରି ଯାଇଥିଲେ ପନ୍ତ। ତାଙ୍କର ଅର୍ଦ୍ଧଶତକୀୟ ପାଳି ଯୋଗୁ ଭାରତ ଦ୍ୱିତୀୟ ଦିନ ଚା’ ପାନ ବିରତି ସୁଦ୍ଧା ୫ ଉଇକେଟ ହରାଇ ୧୯୯ ରନ୍‌ କରିଛି। ମ୍ୟାଚ୍‌ରେ ଏବେ ୩୪୨ ରନ୍‌ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ଶ୍ରୀଲଙ୍କା ପ୍ରଥମ ଇନିଂସରେ ମାତ୍ର ୧୦୯ ରନ କରିବାକୁ ସକ୍ଷମ ହୋଇଥିଲା।

ତାଙ୍କ ପୂର୍ବରୁ ଟେଷ୍ଟରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଥିଲା ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନାମରେ। ସେ ୧୯୮୨ରେ ପାକିସ୍ତାନ ବିପକ୍ଷରେ କରାଚୀଠାରେ ୩୦ ବଲରେ ହାଫ୍‌ ସେଞ୍ଚୁରି ପୂରଣ କରିଥିଲେ। ଏହି ତାଲିକାରେ ଶାର୍ଦ୍ଦୁଳ ଠାକୁର (୨୦୨୧, ଇଂଲଣ୍ଡ) ଏବଂ ବୀରେନ୍ଦ୍ର ସେହ୍ବାଗ (୨୦୦୮, ଇଂଲଣ୍ଡ) ମଧ୍ୟ ଅଛନ୍ତି।

Share