Advertisement

ଧୋନୀଙ୍କ ବିପକ୍ଷରେ ଏଭଳି ରଣନୀତି ଆପଣାଇବେ ବୋଲି କହିଲେ ପନ୍ତ; ହରାଇବାକୁ…

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସିଏସ୍‌କେକୁ ହରାଇବା ଲାଗି ନିଜର ଯୋଜନା ବିଷୟରେ ମୁହଁ ଖୋଲିଛନ୍ତି ନୂତନ ଭାବେ ଡିସିର ଅଧିନାୟକ ଦାୟିତ୍ୱ ନେଇଥିବା ରିଷଭ ପନ୍ତ। ୨୩ ବର୍ଷୀୟ ଏହି ଯୁବ କ୍ରିକେଟର କହିଛନ୍ତି, ଅଧିନାୟକ ଭାବେ ମୋର ପ୍ରଥମ ମୁକାବିଲା ଧୋନୀ ଭାଇଙ୍କ ସହ ହେବ। ମୋ ପାଇଁ ଏହା ଭଲ ଅନୁଭବ। କାରଣ ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି। ଖେଳାଳି ଭାବେ ନିଜସ୍ବ ଅନୁଭବ ମଧ୍ୟ ରହିଛି। ଏଣୁ ମୁଁ ନିଜର ଅନୁଭବ ଏବଂ ଧୋନୀଙ୍କଠାରୁ ଶିଖିଥିବା ଯୋଜନାକୁ ଆପଣାଇବି। ସିଏସ୍‌କେ ବିପକ୍ଷରେ କିଛି ଭିନ୍ନ କରିବାକୁ ଚେଷ୍ଟା କରିବି ବୋଲି ପନ୍ତ କହିଛନ୍ତି।

ପ୍ରକାଶ ଯେ, ଏଯାବତ ପନ୍ତ ୬୮ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨,୦୭୯ ରନ୍‌ କରିଛନ୍ତି। ହେଲେ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ଆଇପିଏଲ୍‌ ହେବାକୁ ଯାଉଛି। ପୂର୍ବ ଅଧିନାୟକ ଶ୍ରେୟାସ ଆୟାରଙ୍କ ଆହତ ସମସ୍ୟା ପରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି। ଏହାର ଭରପୂର ଫାଇଦା ଉଠାଇବାକୁ ସେ ଚେଷ୍ଟା କରିବେ ବୋଲି କୁହାଯାଉଛି। ଅପରପକ୍ଷେ ଦଳ ଗତ ସିଜନରେ ଫାଇନାଲ୍‌ରେ ହାରିଥିବା ବେଳେ ଚଳିତ ଥର ବିଜେତା ହେବାକୁ ଚେଷ୍ଟା କରିବ। ଦଳର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପନ୍ତ ଆଶା ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share