Posted inଖେଳ

ଦୁର୍ଘଟଣା ପରେ ଲାଗିଥିଲା ଯେମିତି ମୋର ଶେଷ ସମୟ ଆସିଯାଇଛି: ପନ୍ତ

ନୂଆଦିଲ୍ଲୀ,୩୦।୧: ଟିମ୍‌ ଇଣ୍ଡିଆର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଡିସେମ୍ବର ୨୦୨୨ରେ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଥିଲେ। ଏବେ ଦିନ ବିତିବା ସାଙ୍ଗକୁ ପନ୍ତ ସୁସ୍ଥ ହୋଇଆସିଲେଣି। ଏପରିକି ଖୁବ୍‌ଶୀଘ୍ର ତାଙ୍କୁ ଖେଳୁଥିବା ଦେଖାଯିବ ବୋଲି କୁହାଯାଉଛି। ତେବେ ପନ୍ତ ନିକଟରେ ନିଜର ଦୁର୍ଘଟଣାକୁ ନେଇ ମୁହଁ ଖୋଲିଛନ୍ତି।

ଷ୍ଟାର ସ୍ପୋଟର୍‌ସକୁ ପନ୍ତ କହିଛନ୍ତି, ୨୦୨୨ ଡିସେମ୍ବର ୨୦ ସକାଳେ ଏକ ଡିଭାଇଡରକୁ ଧକ୍କା ଦେଇ ମୋର ମର୍ସଡିଜ୍‌ କାର୍‌ରେ ନିଆଁ ଲାଗି ଯାଇଥିଲା। ଏହାପରେ ଜୀବନରେ ପ୍ରଥମ ଥର ପାଇଁ ଲାଗିଥିଲା ଯେପରି ଦୁନିଆରେ ମୋର ଶେଷ ସମୟ ଆସିଯାଇଛି। କହିବାକୁ ଗଲେ ମୋତେ ମୃତ୍ୟୁ ସୁନିଶ୍ଚିତ ବୋଲି ଲାଗିଥିଲା। ହେଲେ ମୁଁ ଭାଗ୍ୟବାନ ଥିଲି ଯେ ମୋର କ୍ଷତ ଗମ୍ଭୀର ନ ଥିଲା। ମୋତେ କେହି ବଞ୍ଚାଇଥିବା ଅନୁଭବ କରିଥିଲି। ଡାକ୍ତରଙ୍କୁ ପଚାରିବାରେ ୧୬ରୁ ୧୮ ମାସ ମଧ୍ୟରେ ଠିକ୍‌ ହୋଇଯିବି ବୋଲି କହିଥିଲେ। ହେଲେ ଏହି ଅବଧିକୁ କମ୍‌ କରିବାକୁ ମୋତେ ପରିଶ୍ରମ କରିବାକୁ ହେବ ବୋଲି ଜାଣିଥିଲି ବୋଲି ସେ କହିଛନ୍ତି।

ତେବେ ପନ୍ତ ଦୁର୍ଘଟଣା ପରେ ମୁମ୍ବାଇରେ ନିଜର ସର୍ଜରୀ କରାଇଥିଲେ। ଆଗାମୀ ଆଇପିଏଲ୍‌ ୨୦୨୪ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri