ଦୁବାଇ,୯।୧୧:ଭାରତ ଟି -୨୦ ବିଶ୍ୱକପ ୨୦୨୧ର ଶେଷ ଲିଗ ମ୍ୟାଚରେ ନାମ୍ବିଆ ବିପକ୍ଷରେ ୯ ଉଇକେଟ ବିଜୟ ହାସଲ କରିଛି। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନାମ୍ବିିଆ ୮ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଭାରତ ମାତ୍ର ଗୋଟିଏ ଉଇକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିଛି। ଏହି ମ୍ୟାଚରେ ରିଷଭ ପନ୍ତଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା। କିନ୍ତୁ ଫିଲ୍ଡିଂ ସମୟରେ ସେ ଏପରି କାର୍ଯ୍ୟ କରିଥିଲେ, ଯାହା କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିଥିଲା।
ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ନାମ୍ବିଆ ବ୍ୟାଟ୍ସମ୍ୟାନ ନିକୋଲ ଇଟନ ଏକ ରନ ପୂରଣ କରିବା ପାଇଁ ଡ୍ରାଇଭ୍ ମାରିଥିଲେ ଏବଂ ତାଙ୍କ ବ୍ୟାଟ ଉଇକେଟ କିପର ରିଷଭ ପନ୍ତଙ୍କ ପାଦରେ ବାଜିଥିଲା। ଏହା ପରେ ପନ୍ତ ଏକ ହୃଦୟ ଜିତିଥିବା କାର୍ଯ୍ୟ କରିଥିଲେ। ସେ ପ୍ରଥମେ ବ୍ୟାଟକୁ ଛୁଇଁ ମୁଣ୍ଡିଆ ମାରିଥିଲେ। ପନ୍ତଙ୍କ ଏହି ଭାବନାକୁ କ୍ରିକେଟ ପ୍ରଶଂସକମାନେ ପସନ୍ଦ କରିଛନ୍ତି। କ୍ରିକେଟ ବ୍ୟାଟ ତାଙ୍କ ପାଇଁ କେତେ ପବିତ୍ର ଏବଂ ଏହାକୁ ଅସମ୍ମାନ କରାଯିବା ଉଚିତ୍ ନୁହେଁ ପନ୍ତ ତାହା ଦର୍ଶାଇଛନ୍ତି।
That's @RishabhPant17 for you. This is Indian cricket #respect #RishabhPant #Cricket #IndvsNam #India @BCCI @ICC @T20WorldCup #T20WorldCup pic.twitter.com/nd5xCTGKuK
— Rohan Anjaria (@RohanAnjaria) November 8, 2021