Posted inଖେଳ

ଦୁଇ ସ୍ପିନର ସପକ୍ଷରେ ପାନେସର

ଲଣ୍ଡନ, ୬ା୬ (ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ ତାରିଖରେ ଓଭାଲରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ଭାରତ ଦୁଇ ସ୍ପିନରଙ୍କ ସହିତ ଖେଳିବା ଉଚିତ୍‌ ବୋଲି ପୂର୍ବାନୂମାନ କରିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ପାଇଁ ଭାରତ ଉଭୟ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇବା ଉଚିତ୍‌। ୧୪୦ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଓଭାଲରେ ଜୁନ୍‌ ମାସରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପିଚ୍‌ରେ ପ୍ରଚୁର ପରିମାଣରେ ଘାସ ରହିଥିବା ବେଳେ ଏହା କିଭଳି ବ୍ୟବହାର କରିବ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ସାଧାରଣତଃ ଏଠାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥାଏ। ତେବେ ଏହା ଏକମାତ୍ର ଭେନ୍ୟୁ ଯେଉଁଠାରେ ଇଂଲଣ୍ଡ ଦୁଇ ଜଣ ସ୍ପିନରଙ୍କ ସହିତ ଖେଳିବାକୁ ପସନ୍ଦ କରିଥାଏ। ଯଦି ବଲ ଟର୍ନ ହୁଏ ତେବେ ଏହି ପିଚ୍‌ ବ୍ୟାଟରଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହେବ। ଅଷ୍ଟ୍ରେଲିଆ ବ୍ୟାଟର ସର୍ବଦା ସ୍ପିନରଙ୍କ ସମ୍ମୁଖରେ ଖରାପ ଖେଳିଥାନ୍ତି ବିଶେଷ କରି ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଅଷ୍ଟ୍ରେଲୀୟଙ୍କ ଟ୍ରାକ୍‌ ରେକର୍ଡ ଖରାପ। ଏହାକୁ ଦୃଷ୍ଟିରେ ରଖି ଭାରତ ଉଭୟ ଅଶ୍ୱିନ୍‌-ଜାଡେଜାଙ୍କୁ ଖେଳାଇବା ଉଚିତ୍‌ ବୋଲି ଇଂଲଣ୍ଡ ପକ୍ଷରୁ ୫୦ ଟେଷ୍ଟ ଖେଳିଥିବା ପାନେଶର କହିଛନ୍ତି। ସାଉଥାମ୍ପଟନରେ ଖେଳା ଯାଇଥିବା ଫାଇନାଲରେ ଭାରତ ଦୁଇ ଜଣ ସ୍ପିନର ଖେଳାଇଥିବା ବେଳେ ଏହା ବୁମେରାଙ୍ଗ ସାବ୍ୟସ୍ତ ହୋଇଥିଲା। ତେବେ ଓଭାଲରେ ଏହାର ଫାଇଦା ମିଳି ପାରିବ ବୋଲି କହିଛନ୍ତି ପାନେସର। ଏହା ସହିତ ତୃତୀୟ ପେସ୍‌ ବୋଲର ଭାବେ ସେ ଉମେଶ ଯାଦବଙ୍କୁ ପସନ୍ଦ କରିଛନ୍ତି। ଉମେଶଙ୍କ ନିକଟରେ ଗତି ରହିଥିବା ବେଳେ ସେ ବଲ୍‌କୁ ସୁଇଙ୍ଗ କରିବାରେ ମାହିର। ଏହା ସହିତ ଓଭାଲରେ ବଲ୍‌ ରିଭର୍ସ ସୁଇଙ୍ଗ ହେବାର ସମ୍ଭାବନା ଥିବାରୁ ଭାରତୀୟ ବୋଲର ଫାଇଦାରେ ରହିବେ।
ଭାରତୀୟ ଟପ୍‌ ଅର୍ଡର ବ୍ୟାଟର ଚେତେଶ୍ୱର ପୂଜାରା ଦଳ ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହେବେ ବୋଲି ପାନେସର ପୂର୍ବାନୂମାନ କରିଛନ୍ତି। ନିୟମିତ ଭାବରେ କାଉଣ୍ଟି କ୍ରିକେଟ ଖେଳୁଥିବା ପୂଜାରା ଇଂଲିଶ ପରିବେଶ ସହିତ ଅଭ୍ୟସ୍ତ। ଏହା ସହିତ ସସେକ୍ସ ଅଧିନାୟକ ଭାବରେ ବିଗତ ଦୁଇ ସିଜନ ଧରି ସେ ରନ୍‌ର ପାହାଡ ଛିଡା କରିଛନ୍ତି। ସେ ଅଷ୍ଟ୍ରେଲିଆ ବୋଲରଙ୍କ ସୁଇଂକୁ ସହଜରେ ଖେଳି ପାରିବେ। ଏହା ସହିତ ଉଇକେଟ କିପର ଭାବରେ ଇଶାନ କିଶନ ତାଙ୍କର ପ୍ରଥମ ପସନ୍ଦ ବୋଲି ପାନେସର କହିଛନ୍ତି।
ଅଷ୍ଟ୍ରେଲିଆ ପାଇଁ ମିଚେଲ୍‌ ଷ୍ଟାର୍କ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହୋଇ ପାରନ୍ତି। ବାମହାତୀ ଷ୍ଟାର୍କଙ୍କ ସମ୍ମୁଖରେ ଭାରତୀୟ ବ୍ୟାଟରଙ୍କୁ ସତର୍କତାର ସହିତ ଖେଳିବାକୁ ପଡିବ ବୋଲି କହିଛନ୍ତି ପାନେସର। ଷ୍ଟାର୍କଙ୍କ ଗତି ଓ ଲେଟ୍‌ ମୁଭମେଣ୍ଟ ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri