ପାପା ଦି ଗ୍ରେଟ୍‌

ଶ୍ରଦ୍ଧା କପୁର ଆଜି ଅଭିନୟ କ୍ଷେତ୍ରରେ ଯେଉଁ ସ୍ଥାନରେ ପହଞ୍ଚତ୍ଛନ୍ତି ତା’ ପଛରେ ଜଣେ ବ୍ୟକ୍ତିଙ୍କର ଯଥେଷ୍ଟ ଅବଦାନ ରହିଛି। କାରଣ ସେ ତାଙ୍କ ପଛରେ ଛାଇ ପରି ରହିଛନ୍ତି। କେଉଁଠି ଭୁଲ ଭଟକା ହେଲେ ତୁରନ୍ତ ସତର୍କ କରାଇ ଦେବା ସହ ତାହାର ସମାଧାନର ବାଟ ମଧ୍ୟ ବତାଇ ଦେଉଛନ୍ତି। ତେଣୁ ସେଭଳି ବ୍ୟକ୍ତିଙ୍କୁ ପ୍ରଶଂସା କରିବାକୁ ପଛାଉ ନାହାନ୍ତି ଶ୍ରଦ୍ଧା। ସେ କିଏ ଜାଣନ୍ତି ? ତାଙ୍କର ବାପା ତଥା ବଲିଉଡ୍‌ର ବରିଷ୍ଠ ଅଭିନେତା ଶକ୍ତି କପୁର। ନିକଟରେ ଶ୍ରଦ୍ଧା ତାଙ୍କର ୩୪ତମ ଜନ୍ମ ଦିନ ପାଳନ କରିଥିଲେ। ଯେହେତୁ ବର୍ତ୍ତମାନ କୌଣସି କାର୍ଯ୍ୟକ୍ରମରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁସରଣ କରିବାକୁ ପଡୁଛି ତେଣୁ ସେ ନିଜ ଜନ୍ମଦିନ ପାର୍ଟି ଘରେ ହିଁ ଆୟୋଜନ କରିଥିଲେ। ସାଙ୍ଗସାଥୀଙ୍କ ଗହଣରେ ଏହି ପାର୍ଟିର ସେ ଭରପୂର ମଜା ନେଇଥିଲେ। ହେଲେ ଯେତେବେଳେ କେକ୍‌ କାଟିବା ସମୟ ଆସିଲା ସେ ନିଜ ପାପାଙ୍କୁ ଡାକି କହିଥିଲେ ଯେ, ‘ଆଜି ମୋର ୩୪ତମ ବାର୍ଥଡେ କେକ୍‌ ମୋ ପାପା ଦ ଗ୍ରେଟ୍‌ ହିଁ କାଟିବେ।’ ତା’ପରେ ନିଜର ଅଭିନୟ ଜୀବନର ସଫଳତା ପଛରେ ଶକ୍ତିଙ୍କର କ’ଣ ହାତ ରହିଛି ସେ ବିଷୟରେ ନିଜ ସାଙ୍ଗମାନଙ୍କ ସମ୍ମୁଖରେ ବଖାଣିଥିଲେ।

Share