Categories: ଜାତୀୟ

ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌

ନୂଆଦିଲ୍ଲୀ,୧୧।୧: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି। ଫେବୃୟାରୀରେ ହେବାକୁଥିବା ବଜେଟ ଅଧିବେଶନରେ ଏଭଳି କରାଯିବ। ସାଧାରଣତଃ ବଜେଟ ଉପସ୍ଥାପନ ପୂର୍ବରୁ ପ୍ରିଣ୍ଟି ପ୍ରେସ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାୟ ୨ ସପ୍ତାହ ଲାଗି ଘରକୁ ଯିବାକୁ ଅନୁମତି ଦିଆଯାଇ ନ ଥାଏ। ବଜେଟର ସୁରକ୍ଷା ପାଇଁ ଏଭଳି କରାଯାଇଥାଏ। ମାତ୍ର କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରେସ୍‌ରେ ଶହେରୁ ଅଧିକ କର୍ମଚାରୀଙ୍କୁ ରଖିବା ଅସମ୍ଭବ। ଏହାଦ୍ୱାରା କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ ହେବ। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟର ସଫ୍ଟ କପି ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ବଜେଟ ଅଧିବେଶନ ଜାନୁୟାରୀ ୨୯ରୁ ଏପ୍ରିଲ୍‌ ୮ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୯ରୁ ଆରମ୍ଭ ହୋଇ ୧୫ ଫେବୃୟାରୀରେ ଶେଷ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାଚ୍ଚ ର୍‌୨୮ରୁ ଆରମ୍ଭ ହେବ। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।

Share