Categories: ଜାତୀୟ

ଲୋକ ସଭାରେ କାଗଜ ପିଙ୍ଗା, ୧୦ କଂଗ୍ରେସ ଏମ୍‌ପି ହୋଇପାରନ୍ତି ନିଲମ୍ବିତ…

ନୂଆଦିଲ୍ଲୀ,୨୮।୭: ଲୋକ ସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବା ଯୋଗୁ ବୁଧବାର ଗୃହର ସାଧାରଣ କାର୍ଯ୍ୟ ବ୍ୟାହତ ହୋଇଥିଲା। କଂଗ୍ରେସର କେତେକ ସଦସ୍ୟ ଗୃହରେ କାଗଜ ଫିଙ୍ଗିବାର ଦେଖିବାକୁ ମିଳିଥିଲା। ଏସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଗୃହରେ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ ଆଧାରରେ କଂଗ୍ରେସର ମାଣିକ ଟାଗୋର, ଡିନ କୁରିଆକେଗେସ, ହିବି ଇଡନ, ଏସ୍‌.ଜ୍ୟୋମାନି, ରବନିତ ବିଟୁ, ଗୁରୁଜିତ୍‌ ଔଜଲା, ଟି.ଏନ୍‌. ପ୍ରତାପନ, ଭି ବୈଥଲିଙ୍ଗମ, ସପ୍ତଗିରି ଶଙ୍କର, ଏ.ଏମ୍‌. ଆରିଫ, ଦୀପକ ବୈଜ ପ୍ରମୁଖଙ୍କୁ ଧାରା ୩୭୪ (୨) ଅନୁଯାୟୀ ନିଲମ୍ବିତ କରିବାର ଆଶଙ୍କା ରହିଛି। ଏସମସ୍ତ ସଦସ୍ୟଙ୍କ ମୁଣ୍ଡ ଉପରେ ଏବେ ନିଲମ୍ବନ ଖଣ୍ଡା ଲଟକି ରହିଛି।

 

Share