ସକାଳୁ ସକାଳୁ ଥରିଲା ୩ ଦେଶ

ବେଜିଂ,୨୮।୧୧: ଆଜି ସକାଳେ ପୃଥିବୀର ତିନୋଟି ଦେଶରେ ପାପୁଆ ନ୍ୟୁ ଗିନି, ଚାଇନା ଏବଂ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଙ୍ଗଳବାର (ରେ ଏହି ସୂଚନା ଦେଇଛି। ପାପୁଆ ନ୍ୟୁ ଗିନିର ଉତ୍ତର ଉପକୂଳରେ ୬.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଉପକୂଳଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ପ୍ରଶାନ୍ତ ଦ୍ୱୀପପୁଞ୍ଜର ପୂର୍ବ ସେପିକ ପ୍ରଦେଶର ରାଜଧାନୀ ୱେୱାକ ସହରଠାରୁ କିଛି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।
ଏହା ବ୍ୟତୀତ ପ୍ରବଳ ଭୂମିକମ୍ପରେ ଭାରତର ଦୁଇ ପଡୋଶୀ ଦେଶ ପାକିସ୍ଥାନ ଏବଂ ଚାଇନା ମଧ୍ୟ ଥରିଥିଲା। ଅନ୍ୟପକ୍ଷରେ ଚାଇନା ଜିଜାଙ୍ଗରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଅନ୍ୟପଟେ ପାକିସ୍ତାନରେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ବର୍ତ୍ତମାନ ୩ଟି ସ୍ଥାନରୁ କୌଣସିି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।

Share