Categories: ଖେଳ

ପାରା-ଏସୀୟ କ୍ରୀଡା: ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ପଦକ; ଭାରତର ମୋଟ ପଦକ ସଂଖ୍ୟା ୯୯କୁ ବୃଦ୍ଧି

ନୂଆଦିଲ୍ଲୀ,୨୭।୧୦: ଚୀନ୍‌‌ର ହାଙ୍ଗ୍‌‌ଝୌଠାରେ ଚାଲିଥିବା ଚତୁର୍ଥ ପାରା-ଏସୀୟ କ୍ରୀଡାରେ ବ୍ୟାଡ୍‌‌ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲସ୍‌‌ ଏସ୍‌‌ଏଲ୍‌‌-ଥ୍ରୀ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିତେଶ କୁମାରଙ୍କୁ ୨-୧ରେ ପରାସ୍ତ କରିଛନ୍ତି। ଏଥିସହିତ ଏହି ଏସୀୟ କ୍ରୀଡାରେ ଭାରତ ଆଜି ମଧ୍ୟାହ୍ଣ ସୁଦ୍ଧା ୨୫ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଏବଂ ୪୪ଟି ବ୍ରୋଞ୍ଜ ପଦକ ଜିତି ରେକର୍ଡ ସଂଖ୍ୟକ ୯୯ଟି ପଦକ ହାସଲ କରିଛି। ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ପାରା-ଏସୀୟ କ୍ରୀଡା ତୁଳନାରେ ଏହା ଭାରତର ସର୍ବକାଳୀନ ରେକର୍ଡ।

ଇଣ୍ଡୋନେସିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାରତ ସର୍ବାଧିକ ୭୨ଟି ପଦକ ଜିତିଥିଲା। ଆଜି ପ୍ରମୋଦ ଭଗତଙ୍କ ସମେତ ତୀରଚାଳନାରେ ଶୀତଲ ଦେବୀ, ପୁରୁଷ ସିଙ୍ଗଲ୍ସ ଏସ୍‌‌ଏଲ୍‌‌-ଫୋର ବ୍ୟାଡମିଣ୍ଟନରେ ସୁହାସ ୟାଥିରାଜ, ପୁରୁଲ ଲଙ୍ଗଜମ୍ପ ଟି-ସିକ୍ସିଫୋର ଇଭେଣ୍ଟରେ ଧର୍ମରାଜ ସୋଲାଇରାଜ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେହିଭଳି ସନ୍ତରଣରେ ସୁୟସ୍‌‌ ଯାଦବ ବ୍ରୋଞ୍ଜ ପଦକ ଜିତିଛନ୍ତି।

Share