Categories: ଅନୁଗୋଳ

ରାତି ଅଧିଆ କାଢ଼ି ଦେଲେ

ଅନୁଗୋଳ ଅଫିସ, ୧୪।୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ଅନିୟମିତତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରିବାକୁ ଗତ ୧୧ ତାରିଖରେ ଚିଠି କରିଥିଲେ। ଏହି ନିର୍ଦ୍ଦେଶନାମା ପାଇବା ପରେ ମେଡିକାଲ କର୍ତ୍ତୃପକ୍ଷ ଶୁକ୍ରବାର ରାତିରେ ୧୧ ଜଣ ପାରା ମେଡିକାଲ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ-୨୪୧୭/୧୨ା୧୧ା୨୦୨୧ରେ ୩ ଜଣ ଲାବରେଟୋରି ଟେକ୍ନିସିଆନ୍‌, ୫ ଫାର୍ମାସିଷ୍ଟ ଓ ୩ ଜଣ ରେଡିଓ ଗ୍ରାଫରଙ୍କୁ ଛଟେଇ କରାଯାଇଛି। ଅନ୍ୟପକ୍ଷରେ ଚାକିରିରୁ ବିଦା ହୋଇଥିବା ୧୧ ଜଣ କର୍ମଚାରୀ ନ୍ୟାୟିକ ବ୍ୟବସ୍ଥାର ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।