୯୦୦ ଟନ ସ୍କ୍ରାପ୍‌ ନଷ୍ଟକଲା ପାରାଦୀପ ବନ୍ଦର

ପାରାଦୀପ,୨୮ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଅଭିଯାନ ୨-୦ ଆରମ୍ଭ ହୋଇଛି। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶ ମତେ ଏହି ଅଭିଯାନ ସମଗ୍ର ଦେଶରେ ଥିବା ମେଜର ପୋର୍ଟଗୁଡ଼ିକରେ ଆରମ୍ଭ ହୋଇଛି। ଏଥିରେ ଦୀର୍ଘ ସମୟ ଧରି ପଡି ରହିଥିବା ପୁରୁଣାସ୍କ୍ରାପ୍‌ ଗୁଡିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରକ୍ରିୟାରେ ପାରାଦୀପ ବନ୍ଦର ପୁରୁଣା ବିଲ୍ଡିଂଗୁଡିକୁ ଭାଙ୍ଗି ପ୍ରାୟ ୯୦୦ ଟନ ସ୍କ୍ରାପ୍‌ ନଷ୍ଟ କରିଛି। ଏଥିରୁ ୪.୩ କୋଟି ଟଙ୍କା ମିଳିଛି। ଉକ୍ତ ଅର୍ଥକୁ ଶିକ୍ଷାର ବିକାଶ ପାଇଁ ବ୍ୟୟ କରାଯିବ ବୋଲି ବନ୍ଦର ଜନସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଏହା ବ୍ୟତିରେକେ ଆସନ୍ତା ୩୧ରୁ ବନ୍ଦର ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବ। ଏହି ସମୟରେ ପୁରୁଣା ଆସବାବପତ୍ର କିମ୍ବା ସ୍କ୍ରାପ୍‌ଗୁଡିକୁ ଭଙ୍ଗାଯାଇ ପୁନଃ ବ୍ୟବହାରକ୍ଷମ କରାଯିବାର ପ୍ରସ୍ତାବ ରହିଛି।

Share