ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ପାରାଦୀପ ବନ୍ଦରରେ ନିର୍ମାଣ ହେବ ଓ୍ବେଷ୍ଟର୍ଣ୍ଣ ଡକ୍‌। ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି ଟଙ୍କା। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ।

ସେ କହିଛନ୍ତି ଯେ, କମ୍‌ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି। ସେସବୁ ଜାହାଜ ଆମ ବନ୍ଦରରେ ଥିବା ଡକ୍‌ ଭିତରକୁ ଆସିପାରୁନି। ବଡ଼ ଜାହାଜ ଆଣିବାକୁ ଭାରତକୁ ବଡ଼ ବନ୍ଦର ଓ ଡକ୍‌ ଦରକାର। ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ ବୋଲି ମନ୍ତ୍ରୀ କହିଛନ୍ତି।

Share