ପ୍ରଶ୍ନବାଚୀରେ ପାରାଦୀପରୁ କେନ୍ଦୁଝର ମେମୁ ଟ୍ରେନ

କେନ୍ଦ୍ରାପଡ଼ା, ୭ା୯(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲା ମଧ୍ୟଦେଇ ୨୦୨୦ ଜୁଲାଇ୨୪ ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏବେ ଦୈନିକ ୩୦ରୁ ଅଧିକ ମାଲବାହୀ ଟ୍ରେନ ଗଡୁଥିଲେ ମଧ୍ୟ ଏହି ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ ହୋଇନାହିଁ। ତେବେ ଇତିମଧ୍ୟରେ ରେଲୱେ ଟିକେଟ ହ୍ୟାକିଂ ଅଭିଯୋଗରେ ୫ ବ୍ୟକ୍ତି ଗିରଫ ହେଲେଣି। ସେହିପରି ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ରେଳପଥ ଦୁର୍ଘଟଣାରେ ମୃତ୍ୟୁ ହେଲାଣି। ଅପରପକ୍ଷରେ ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ନେଇ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳି ଗ୍ରାମର ଗୌତମ କୁମାର ବେହେରା ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କୁ ଉତ୍କଳମଣି ଯୁବକ ସଂଘ ପକ୍ଷରୁ ଚିଠି ଲେଖିଥିଲେ। ଏ ସମ୍ପର୍କରେ ଡେପୁଟି ଚିଫ ଅପରେସନ୍ସ ମ୍ୟାନେଜର ଡି. ଆର. ପାଉଲଙ୍କଠାରୁ ମିଳିଥିବା ଚିଠି (୯୫/ ୨୨)ରେ ଉଲ୍ଲେଖ ଥିଲା ଯେ, ପାରାଦୀପଠାରୁ କେନ୍ଦୁଝର ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ ଚଳାଚଳ କରିବ। ତେବେ ଏଥିପାଇଁ ଭିତ୍ତିଭୂମିର ଅଭାବ ଓ ନିରାପତ୍ତା ଆୟୁକ୍ତଙ୍କ ତଦାରଖ ଆବଶ୍ୟକ ଥିବା ଏଥିରେ ସୂଚନା ଦିଆଯାଇଥିଲା।
ଏ ସମ୍ପର୍କରେ ଗୌତମ କୁମାର ବେହେରା କହିଛନ୍ତି, ହରିଦାସପୁର-ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡ଼ିଥିଲା। ଏହାକୁ ଇତିମଧ୍ୟରେ ୩ ବର୍ଷ ବିତିଛି। ଅଦ୍ୟାବଧି ଯାତ୍ରୀବାହୀ ରେଳ ଗଡ଼ିନାହିଁ। ୧୯୯୬- ୯୭ ଆର୍ଥିକ ବର୍ଷରେ ଏହି ରେଳ ଲାଇନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଦୀର୍ଘଦିନ ଧରି ଏହି ପ୍ରକଳ୍ପ ପଡ଼ି ରହିବା ପରେ ରେଳପଥ ସମ୍ପୂର୍ଣ୍ଣ ନିର୍ମାଣ ହୋଇଛି। ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ରେଳ କର୍ତ୍ତୃପକ୍ଷକୁୁ ଏ ସମ୍ପର୍କରେ ଯୁବକ ସଂଘ ପକ୍ଷରୁ ଦାବି ପତ୍ର ଦିଆଯାଇଥିଲା। ଖୁବ୍‌ଶୀଘ୍ର ଭିତ୍ତିଭୂମି ତଦାରଖ ପରେ ମେମୁ ଟ୍ରେନ ଚଳାଚଳ କରିବ ନେଇ ଜିଲାବାସୀ ଆଶାବାଦୀ ଅଛନ୍ତି। ଏ ନେଇ କଂଗ୍ରେସ ନେତା ସୌମେନ୍ଦ୍ର ପୃଷ୍ଟି କହିଛନ୍ତି, ୨୦୨୧ରେ ଜିଲା କଂଗ୍ରେସ ପକ୍ଷରୁ ରେଳମନ୍ତ୍ରୀ, ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ଦାବିପତ୍ର ଦିଆଯାଇଥିଲା। ଏଥିସହ ନଭେମ୍ବର ୯ରେ ରେଳରୋକୋ ହୋଇଥିଲା। ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ପରେ ଏହି ଜିଲାକୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଫେରିଥିଲେ। ସେମାନଙ୍କ ଯାତ୍ରାପଥର କଷ୍ଟ ସମ୍ପର୍କରେ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଜିଲାରୁ ଏତେ ସଂଖ୍ୟକ କର୍ମଜୀବୀ ବାହାରକୁ ଯାଉଥିବା ବେଳେ ଜିଲାରୁ ରେଳ ଚଢ଼ିବା ଅଦ୍ୟାବଧି ସମ୍ଭବ ହୋଇନାହିଁ। ଏହି ଜିଲାର କର୍ମଜୀବୀ ରେଳରେ ଚଢ଼ି ବାହାରକୁ ଯିବାକୁ ହେଲେ ନିକଟସ୍ଥ ପାରାଦୀପ, କଟକ ଅଥବା ହରିଦାସପୁର ରେଳ ଷ୍ଟେଶନକୁ ଯିବାକୁ ପଡୁଛି। ତୁରନ୍ତ କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରାଯାଉଛି। ସାମାଜିକ କର୍ମୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି, ଯାତ୍ରୀବାହୀ ରେଳ ଚଳାଚଳ ପାଇଁ କେନ୍ଦ୍ରାପଡ଼ାବାସୀ ଅପେକ୍ଷା କରିଛନ୍ତି। ଓଡ଼ିଶାରୁ ଏମ୍‌ପି ହୋଇ ଯାଇଥିବା ଅଶ୍ୱନୀ ବୈଷ୍ଣବ କେନ୍ଦ୍ର ରେଳମନ୍ତ୍ରୀ ପଦବୀ ମିଳିବା ପରେ ଏହି ଦାବିକୁ ତୀବ୍ର କରାଯାଇଛି। ଯାତ୍ରୀବାହୀ ରେଳ ଚଳାଚଳ ଫଳରେ କେନ୍ଦ୍ରାପଡ଼ାବାସୀ ଯାତାୟାତ ସମସ୍ୟାର ସମାଧାନ ହେବା ସହ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସୁଯୋଗ ମିଳିପାରିବ। ଏ ସମ୍ପର୍କରେ ପୂର୍ବତନ ରେଳପଥର ପ୍ରଶାସନିକ ଅଧକାରୀ ନିରାକାର ଦାସ କହିଛନ୍ତି, ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସମସ୍ତ ପ୍ରସ୍ତୁତି ସରିନାହିଁ। ଷ୍ଟେଶନ ଓ ସିଗନାଲ ସିଷ୍ଟମକୁ ଭଲ ଭାବେ ପରୀକ୍ଷା ପରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri