ପାରାଦୀପର ସୁପର ସ୍ପେଶିଆଲିଟି ହସ୍ପିଟାଲ: ନେତାଙ୍କ କଥାରେ ରହୁନି ତାଳମେଳ

ପାରାଦୀପ,୧।୪(ଶରତ ରାଉତ): ଜଗତ୍‌ସିଂହପୁର ଜିଲା ପାରାଦୀପରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ହେବ ବୋଲି ସରକାରୀ ଭାବେ ୨୦୧୩ରୁ ଘୋଷଣା କରାଗଲାଣି। ଏବେବି ସେମିତି ସରକାରୀ ଭାବେ ଘୋଷଣା କରାଯାଇଛି। ବାସ୍ତବରେ ଏପରି ହସ୍ପିଟାଲ କେବେ ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଗତ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି, ରାଜ୍ୟର ୮ଟି ଜିଲାରେ ମେଡିକାଲ କଲେଜ ହେବ। ସେଥିରେ ଜଗତ୍‌ସିଂହପୁର ଜିଲାର ନାମ ଅଛି। କିନ୍ତୁ ଗତ ୧୭।୩।୨୦୨୫ରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ବିଧାନସଭାରେ ପାରାଦୀପର ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ପର୍କରେ ପ୍ରଶ୍ନ (ଏସ୍‌ଏକ୍ୟୁ ୩୮୧) କରିଥିଲେ। ଜବାବରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ପାରାଦୀପରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ହେବାର ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ। ଏଏମ୍‌ଏନ୍‌ଏସ୍‌(ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌) ନାମକ ଘରୋଇ କମ୍ପାନୀ ଏକ ମଲ୍ଟି ସ୍ପେଶାଆଲିଟି ହସ୍ପିଟାଲ ଓ ନର୍ସିଂ କଲେଜ କରିବା ପାଇଁ ଆବେଦନ କରିଛି। ଏଥିପାଇଁ ସଂପୃକ୍ତ କମ୍ପାନୀ ରାଜ୍ୟ ସରକାରଙ୍କୁ ୫ ଏକର ଜାଗା ମାଗିଛି। ଏହି ଜମି ଦେବା ପାଇଁ ରାଜସ୍ବ ବିଭାଗକୁ ସୁପାରିସ୍‌ କରାଯାଇଛି।

ଅପରପକ୍ଷେ ଜଗତ୍‌ସିଂହପୁର ଏମ୍‌ପି ଡା. ବିଭୁପ୍ରସାଦ ତରାଇ ୩୦।୭।୨୦୨୪ରେ ଜଗତ୍‌ସିଂହପୁର ଜିଲାରେ ଏକ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ୍‌ପ୍ରକାଶ ନଡ୍ଡାଙ୍କୁ ଲୋକ ସଭାରେ ପ୍ରଶ୍ନ(ରୁଲ ନଂ.୩୭୭) କରିଥିଲେ। ଏହାର ଜବାବରେ ମନ୍ତ୍ରୀ ନଡ୍ଡା ଲିଖିତ ସୂଚନା(ଚିଠି ନଂ. ୧୪୦୧୭/୫୮/୨୦୨୪) ଦେଇଥିଲେ ଯେ, ଏପରି ପ୍ରସ୍ତାବ ରାଜ୍ୟ ସରକାର ଦେଲେ ଆମେ ବିଚାର କରିବୁ। ଏଥିରେ ଯେଉଁ ଅର୍ଥ ଲାଗିବ ସେଥିରେ କେନ୍ଦ୍ର ସରକାର ୬୦% ଓ ରାଜ୍ୟ ସରକାର ୪୦% ବହନ କରିବେ। ଏବେ ସେହି ପ୍ରଶ୍ନ ଆଧାରରେ ଜଗତ୍‌ସିଂହପୁର ଜିଲାରେ ମେଡିକାଲ କଲେଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବୋଲି ଏମ୍‌ପି ତରାଇ କହିଛନ୍ତି।

ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ୨୦୧୩ରେ ତତ୍କାଳୀନ ଅଧ୍ୟକ୍ଷ ସୁଧାଂଶୁ ମିଶ୍ର ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ କରିବା ପାଇଁ ଘୋଷଣା କରିଥିଲେ। ଏହାପରେ ପାରାଦୀପ ବନ୍ଦର ହସ୍ପିଟାଲ ପକ୍ଷରୁ ଏଥିପାଇଁ ପ୍ରାଥମିକ କାର୍ଯ୍ୟ କରାଯାଇଥିଲା। ଏନେଇ ୩ଟି ଘରୋଇ ହସ୍ପିଟାଲ ପକ୍ଷରୁ ଅଲଗା ଭାବେ ସର୍ଭେ କରାଯାଇଥିଲା। ସେତେବେଳେ ଏହି କାମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା। ଶେଷରେ ସମସ୍ତ ୩ ଘରୋଇ ହସ୍ପିଟାଲ ରିପୋର୍ଟ ଦେଇଥିଲେ ଯେ, ପାରାଦୀପରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ଆବଶ୍ୟକ ରୋଗୀ ହେବେନାହିଁ। ତା’ପରଠାରୁ ପାରାଦୀପ ବନ୍ଦର ପକ୍ଷରୁ ଚାଲିଥିବା ପ୍ରୟାସ ଶୀତଳଭଣ୍ଡାରରେ ରହିଯାଇଛି। ୨୦୧୬ରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପାରାଦୀପ ଗସ୍ତ ବେଳେ ମଧ୍ୟ ସମାନ କଥା ଉଠାଇଥିଲେ। ପରେ କୁଜଙ୍ଗ ଓ ପାରାଦୀପର ଏକାଧିକ ସଙ୍ଗଠନ ତରଫରୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ଦାବିରେ ରାସ୍ତା ଅବରୋଧ କରାଯିବା ସହ ସରକାରଙ୍କୁ ଦାବିପତ୍ର ଦିଆଯାଇଛି। ରାଜନୈତିକ ଦଳ ତରଫରୁ ନିର୍ବାଚନ ସମୟରେ ଏହାକୁ ମଧ୍ୟ ପ୍ରସଙ୍ଗ କରାଯାଇଛି। ଏବେ ସମାନ ଘଟଣା ଘୋଷଣା ହେବାପରେ କେବଳ ଖବର ଶିରୋନାମା ପାଲଟିଛି ବୋଲି ପାରାଦୀପ ଗଡ଼ ପଞ୍ଚାୟତର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀବଲ୍ଲଭ କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି...

ଧାନକେଣ୍ଡାରେ ଅଗାଡ଼ି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡ଼ବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଉଛି।...

‘ବସିଥିବା ଡାଳକୁ ହାଣୁଛନ୍ତି ଶାହା’

କୋଲକାତା,୧୭ା୪: ମୁର୍ଶିଦାବାଦରେ ଓ୍ବକ୍‌ଫ ଆଇନ ବିରୋଧୀ ହିଂସା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମମତା...

Naveen Patnaik: ପୁଣି ନିର୍ବାଚନ ଲଢିବେ ନବୀନ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ...

ଶ୍ରୀକାନ୍ତଙ୍କ ଘରକୁ ଅଖିଳେଶଙ୍କ ଆସିବା ନେଇ ରାଜନୀତି

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିବା ଆରମ୍ଭ ହୋଇଛି। ଅଖିଳେଶ ଭୁବନେଶ୍ବର...

World Haemophilia Day: ଆଜି ବିଶ୍ୱ ହେମୋଫିଲିଆ ଦିବସ: ଜାଣନ୍ତୁ ଏହି ରୋଗର ଚିହ୍ନଟ,ଚିକିତ୍ସା,ନିବାରଣମୂଳକ ବ୍ୟବସ୍ଥା..

ହେମୋଫିଲିଆ ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତଜନିତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା...

କଂଗ୍ରେସରେ ମିଶିଲେ ବହୁ ବିଜେଡି-ଭାଜପା ନେତା, ରାଜନୀତିରେ ହଲଚଲ

ଭୁବନେଶ୍ୱର,୧୭ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଜେଡି, ଭାଜପା ନେତା ଓ କର୍ମୀ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ...

ଆଜି ଓଡ଼ିଶା ଆସୁଛନ୍ତି ଗଡକରୀ, ବହୁ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏନ୍‌ଏଚ୍‌ଏଆଇର ଅନେକ ପ୍ରକଳ୍ପର ଶିଳାନ୍ୟାସ ଗୁରୁବାର କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image