ଟୁଇଟରରୁ ବାହାର କରିବା ପରେ ଏଲନ ମସ୍କ ପରାଗ ଅଗ୍ରୱାଲଙ୍କୁ ଦେଇପାରନ୍ତି ୩୨୫ କୋଟିରୁ ଅଧିକ ଅର୍ଥ

ୱାଶିଂଟନ,୨୮ ।୧୦: ଉଦ୍ଦ୍ୟୋପତି ଏଲନ ମସ୍କ ଟୁଇଟରର ନୂଆ ମାଲିକ ହୋଇଛନ୍ତି । ସେ ସୋସିଆଲ ମିଡିଆ କମ୍ପାନୀ ଟୁଇଟରର ମାଲିକ ହେବା ପରେ ମସ୍କ ୪ ଶୀର୍ଷ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ମୂଳ ଭାରତୀୟ ବାସିନ୍ଦା ପରାଗ ଅଗ୍ରୱାଲ(ମୁଖ୍ୟ କାର୍ଯ୍ୟକାରୀ) ଓ ଆଇନ ମାମଲାର କାର୍ଯ୍ୟକାରୀ ଅଧିକାରୀ ବିଜୟ ଗଡ୍ଡେ ବି ରହିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ପରାଗ ଅଗ୍ରୱାଲ ଟୁଇଟରରୁ ଖାଲି ହାତ ଫେରିବେ ନାହିଁ । ଚୁକ୍ତି ମୁତାବକ ପରାଗ ଅଗ୍ରୱାଲ ତାଙ୍କ ଅନିବେଶିତ ଇକ୍ୱିଟି ଆୱାର୍ଡ ୧୦୦ ପ୍ରତିଶତ ଆଣିବେ ।
ରିସର୍ଚ ଫର୍ମ ଇକ୍ୱିଲର ଅନୁଯାୟୀ, ଏହାର ଅର୍ଥ ହେଉଛି ସେ ଆନୁମାନିକ ୪୨ ମିଲିୟନ ଡଲାର(୩୪୫ କୋଟିରୁ ଅଧିକ ଟଙ୍କା) ପାଇବେ । ଟୁଇଟରର ପ୍ରକ୍ସି ଅନୁଯାୟୀ, ୨୦୨୧ରେ ପରାଗ ଅଗ୍ରୱାଲଙ୍କ ମୋଟ ପ୍ରାପ୍ୟ ୩୦.୪ ମିଲିୟନ ଡଲାର ଥିଲା । ଯେତେବେଳେ ସେ ମୁଖ୍ୟ ପ୍ରାଦ୍ଦ୍ୟୋଗିକ ଅଧିକାରୀ ଥିଲେ । ସିଇଓ ଭାବେ ଅଗ୍ରୱାଲଙ୍କ ବେତନ ବର୍ଷକୁ ୧ ମିଲିୟନ ଡଲାର (୯ କୋଟି ୨୪ ଲକ୍ଷ ଟଙ୍କା) ବୋଲି କୁହାଯାଉଥିଲା । ଗତ ବର୍ଷ ନଭେମ୍ବରରେ ପରାଗ ଟୁଇଟରର ସିଇଓ ହୋଇଥିଲେ ।

Share