Categories: ଖେଳ

ସାଥୀ ଖେଳାଳିଙ୍କ ଧ୍ୟାନ ଭଙ୍ଗ କଲେ ଅନିନ୍ଦ୍ୟ ସୁନ୍ଦରୀ; ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ଟିମ୍ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ, ୮ା୮: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ ଗ୍ରହଣ କରିଥିବା ପାରଗୁଏର ମହିଳା ସନ୍ତରଣକାରୀ ଲୌନା ଅଲୋନ୍‌ସୋ ନିଜର ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ତାଙ୍କର ଏହି ସୁନ୍ଦରତା ପାଇଁ ତାଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଛି। ସାଥୀ ଖେଳାଳିଙ୍କ ଧ୍ୟାନ ଭଙ୍ଗ ହେବାରୁ ଅନିନ୍ଦ୍ୟ ସୁନ୍ଦରୀଙ୍କୁ ଅଲିମ୍ପିକ୍ସରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ଏହି ସଦ୍ୟ ଘଟଣାକୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା ସୃଷ୍ଟି କରିଛି।

ଖବର ଅନୁଯାୟୀ ପାରଗୁଏର ମହିଳା ସନ୍ତରଣକାରୀ ଲୌନା ଅଲୋନ୍‌ସୋ ତାଙ୍କ ତାଙ୍କ ସୌନ୍ଦର୍ଯ୍ୟ କ୍ରୀଡ଼ା ଗ୍ରାମରେ ଚହଳ ପକାଇଥିଲା। ନିଜ ଟିମ୍ ଖେଳାଳି ତାଙ୍କ ସୌନ୍ଦର୍ଯ୍ୟରେ ଏତେ ଆକର୍ଷିତ ହେଲେ ଯେ ଖେଳରେ ଧ୍ୟାନ ଦେଇପାରିଲେ ନାହିଁ। ତେଣୁ ଆଉ କୌଣସି ଉପାୟ ନ ପାଇ ତାଙ୍କୁ ପ୍ୟାରିସ୍‌ରୁ ସ୍ୱଦେଶ ଫେରିଆସିବାକୁ ବାଧ୍ୟ କରାଗଲା।

ଅଲୋନ୍‌ସୋ ସନ୍ତରଣ ପ୍ରତିଯୋଗିତାରେ ଫାଇନାଲ୍‌କୁ ଯାଇ ନ ପାରିବାରୁ ତାଙ୍କର ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଥିଲା। କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସ ଶେଷ ହେବା ପର୍ଯ୍ୟନ୍ତ ଆଟ୍‌ଲେଟ୍‌ଙ୍କୁ କ୍ରୀଡ଼ା ଗ୍ରାମରେ ରହିବାର ଅନୁମତି ରହିଛି । ସେହି ଦୃଷ୍ଟିରୁ ଅଲୋନ୍‌ସୋ ଆସନ୍ତା ୧୧ ତାରିଖରେ କ୍ରୀଡ଼ା ମହାକୁମ୍ଭ ଶେଷ ପର୍ଯ୍ୟନ୍ତ କ୍ରୀଡ଼ା ଗ୍ରାମରେ ରହିପାରିଥାନ୍ତେ।

କିନ୍ତୁ ତା’ର ବହୁ ପୂର୍ବରୁ ଅଲୋନ୍‌ସୋଙ୍କୁ କ୍ରୀଡ଼ା ଗ୍ରାମ ଖାଲି କରିବାକୁ ପଡ଼ିଲା । ତାଙ୍କ ଜାତୀୟ ଟିମ୍ ପ୍ରବନ୍ଧକ ଦାବି କରିଛନ୍ତି, କ୍ରୀଡ଼ା ଗ୍ରାମରେ ଅଲୋନ୍‌ସୋଙ୍କ ଉପସ୍ଥିତି ପାରାଗୁଏର ସମସ୍ତ କ୍ରୀଡ଼ାବିତ୍‌ଙ୍କ ଉପରେ ଅନୁଚିତ୍ ପ୍ରଭାବ ପକଉଥିଲା । ତେଣୁ ତାଙ୍କୁ ସ୍ବଦେଶ ଫେରି ଆସିବାକୁ କୁହାଗଲା।

ପ୍ୟାରିସ୍ ଅଲିମ୍ପିକ୍ସରୁ ବାହାରିବା ପରେ ପରେ ଅଲୋନ୍‌ସୋ ସନ୍ତରଣରୁ ଅବସର ଘୋଷଣା କରିଥିଲେ। ତେବେ ଅଲିମ୍ପିକ୍ କ୍ରୀଡ଼ା ଗ୍ରାମ ଖାଲି କରିବା ବିଷୟରେ ଅଲୋସୋ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀରେ ଲୁଆନା ଆଲୋନସୋ ସ୍ପାନିଶରେ ଲେଖିଛନ୍ତି, “ମୁଁ କେବଳ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋତେ କୌଣସି ସ୍ଥାନରୁ ବାହାର କରାଯାଇ ନାହିଁ କିମ୍ବା ବହିଷ୍କାର କରାଯାଇ ନାହିଁ। ମିଥ୍ୟା ଖବର ପ୍ରଚାର କରିବା ବନ୍ଦ କର। ମୁଁ କୌଣସି ବୟାନ ଦେବାକୁ ଚାହେଁ ନାହିଁ କିନ୍ତୁ ମିଛ ଖବର ଦ୍ୱାରା ନିଜକୁ ପ୍ରଭାବିତ କରିବାକୁ ଦେବି ନାହିଁ” ବୋଲି ସେ କହିଛନ୍ତି।

Share